ସହରାଞ୍ଚଳର ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ଲୋକ ମାନଙ୍କ ପାଇଁ ନବୀନ ଙ୍କ ଘୋଷଣା

0

ସହରାଞ୍ଚଳ ଅର୍ଥନୈତିକ ଲୋକ ମାନଙ୍କ ପାଇଁ ନବୀନ ପଟ୍ଟନାୟକ ଏକ ଘୋଷଣl କରିଛନ୍ତି l ମହାମାରୀ କରୋନା ଭାଇରସ୍ ଗରିବ, ଖଟିଖିଆ, ଦିନ ମଜୁରିଆ ମାନଙ୍କର ଜୀବନ ଜିବିକା ଉଜାଡି ଦେଇଛି l ରାଜ୍ୟର 114 ଟି ସହରାଞ୍ଚଳ ର ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ର ଲୋକ ମାନଙ୍କୁ ପୁଣି ଅଣ୍ଟା ସଳଖି ଛିଡା କରିବାକୁ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି l ଏଥିପାଇଁ ରାଜ୍ୟର 114 ଟି ସହରରେ ଶ୍ରମିକ, ଗରିବ, ଖଟିଖିଆ, ଦିନ ମଜୁରିଆ ମାନଙ୍କ ପାଇଁ ଜିବିକା ସ୍ରୁଷ୍ଟି କରିବା ପାଇଁ 100 କୋଟି ଟଙ୍କାର ରୋଜଗାର ଘୋଷଣl କରିଛନ୍ତି l

ଅର୍ବାନ୍ ୱେଜ ଏମପ୍ଲୟମେଣ୍ଟ ଇନିସିଏଟିଭ୍ ମଧ୍ୟମରେ କାର୍ଯ୍ୟକାରୀ କରାଯିବ l ଏହି ଯୋଜନା ମାଧ୍ୟମରେ ଶ୍ରମ ଭିତିକ ପ୍ରକଳ୍ପ ଯଥା ଡ୍ରେନ୍ ଗୁଡିକରୁ ମାଟି ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁର ସଫେଇ, ଜଳାଶୟ ଖନନ ଓ ନବୀକରଣ, ପାର୍କ, ଖେଳପଡିଆ, ଅନ୍ୟାନ୍ୟ ଖୋଲା ସ୍ଥାନ ଗୁଡିକର ଉନ୍ନତି କରଣ, ଶୌଚାଳୟ ନିର୍ମାଣ, ସହରାଞ୍ଚଳ ସୌନ୍ଦର୍ଯ୍ୟ କରଣ ଇତ୍ୟାଦି କାର୍ଯ୍ୟ କରାଯିବ l ଏଥିରେ ପ୍ରାୟ ସାଢେ ଚାରି ଲକ୍ଷ ପରିବାର ଉପକୃତ ହେବେ ବୋଲି ଆଶା କରାଯାଉଛି l ଏହି ସବୁ କାର୍ଯ୍ୟ କଲାବେଳେ ଶ୍ରମିକ ମାନଙ୍କ ଦ୍ଵାରା ସାମାଜିକ ଦୂରତା ଅବଲମ୍ବନ କରାଯିବ l ଏହା ସହିତ ସରକାରଙ୍କର ସମସ୍ତ କରୋନା କଟକଣା ମଧ୍ୟରେ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ l ଏହି କାର୍ଯ୍ୟକ୍ରମ ଦ୍ଵାରା ସହରାଞ୍ଚଳ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l

Leave A Reply

Your email address will not be published.