କଟକ ଏବଂ ଭୁବନେଶ୍ଵରରେ ବାଇକ୍, କାର୍ ବ୍ୟବହର ଉପରେ ଲଗିଲା କଟକଣା

0

ମହାମାରୀ କରୋନା ମୁକାବଲା ପାଇଁ କଟକ ଏବଂ ଭୁବନେଶ୍ଵର ରେ ବାଇକ୍, କାର୍ ଆଦି ଯାନବାହାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି l ଔଷଧ, ତେଜରାତି, ପନିପରିବା କିଣିବା ପାଇଁ ମୋଟରଯାନ ବ୍ୟବହାର କରି ପାରିବେ ନାହିଁ l ପନିପରିବା, ଔଷଧ, ତେଜରାତି କିଣିବା ପାଇଁ ଚାଲିଚାଲି ନିକଟବର୍ତୀ ଦୋକାନ ମାନଙ୍କୁ ଯିବା ପାଇଁ ଅନୁରୋଧ କରିଛନ୍ତି ଭୁବନେଶ୍ଵର କଟକ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ l ପୋଲିସ କମିଶନର ଟୁଇଟ ଜରିଆରେ ଲେଖିଛନ୍ତି ଯେ ତେଜରାତି, ପନିପରିବା, ଔଷଧ ଆଦି କିଣିବା ପାଇଁ କୌଣସି ମୋଟର ଯାନ କୁ ଅନୁମତି ଦିଆଯିବ ନାହିଁ l ଯଦି କୌଣସି ବ୍ୟକ୍ତି ଆଇନ ଉଲଂଘନ କରନ୍ତି ତେବେ ଗାଡିକୁ ଜବତ କରାଯିବା l ପାସ ଥାଉ କି ନ ଥାଉ ବଜାର କୁ ଯାଇଥିବା ଗାଡିକୁ ଜବତ କରାଯିବା l ଏଥିସହ ଚାଲି ଚାଲି ନିକଟବର୍ତ୍ତୀ ଦୋକାନ ମାନଙ୍କୁ ଯିବା ପାଇଁ ଅନୁରୋଧ କରିଛନ୍ତି l ଅତି ଆବଶ୍ୟକ ଥିଲେ 100 କୁ କଲ କରିବାକୁ ସେ କହିଛନ୍ତି l

Leave A Reply

Your email address will not be published.