ଗଭୀର ଅବପାତର ରୂପନେଲା ଅବପାତ, ଗୋପାଳପୁର-ବିଶାଖାପାଟଣା ମଝି କଳିଙ୍ଗପଟ୍ଟନମରେ କରିବ ଲ୍ୟାଣ୍ଡଫଲ୍

0

ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଗୋପାଳପୁରରୁ ପୂର୍ବ ଓ ଦକ୍ଷିଣ ପୂର୍ବର ୫୧୦ କିମି ଦୂରରେ ଏହା ରହିଥିବା ବେଳେ ଶେଷ ୬ ଘଣ୍ଟାରେ ୧୨ କିମି ବେଗରେ ଉପକୂଳକୁ ମୁହାଁଉଛି । ଆଗାମୀ ୧୨ ଘଣ୍ଟା ଭିତରେ ଏହା ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ୨୬ ତାରିଖରେ ଦକ୍ଷିଣ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଗୋପାଳପୁର-ବିଶାଖାପାଟଣା ମଝି କଳିଙ୍ଗପଟ୍ଟନମରେ କରିବ ଲ୍ୟାଣ୍ଡଫଲ୍ ।

ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାକୁ ୭୦ରୁ ୮୦ କିମି ରହିବ । ବତ୍ସଜୀବୀଙ୍କୁ ଆଜିଠାରୁ ସମୁଦ୍ର ଭିତରକୁ ଯିବା ମନା ହୋଇଛି । ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡିକ ବେଶି ପ୍ରଭାବିତ ହେବା ଆଶଙ୍କା ରହିଛି । ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି ବେଶି ପ୍ରଭାବିତ ହେବ । ଏହା ସହ ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରଭାବ ପଡ଼ିବା ଆଶଙ୍କା ରହିଛି । ଅକସ୍ମାତ ବନ୍ୟା ଓ ଭୂସ୍ଖଳନ ପରି ପରିସ୍ଥିତି ଉପୁଜିପାରେ । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ।

ଅନ୍ୟପଟେ ବାତ୍ୟା ପ୍ରସ୍ତୁତି ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି ଯେ, ‘ଯେକୌଣସି ପରିସ୍ଥିତି ସାମ୍ନା ପାଇଁ ଆମେ ପ୍ରସ୍ତୁତ ଅଛୁ । ପାତ୍ରପୁର, ଟିକିଟି ପାହାଡ଼ିଆ ଅଞ୍ଚଳରୁ ଲୋକଙ୍କୁ ସତର୍କ କରାଯାଉଛି । କ୍ଷୟକ୍ଷତି ଆକଳନ ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତ କରାଯାଇଛି । ଏହି ସମୟରେ ସମୁଦ୍ର କୂଳ ନଯିବାକୁ ସମସ୍ତଙ୍କୁ ମନା କରାଯାଇଛି । ବିଚ୍ ୨ ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ନେବାର ବ୍ୟବସ୍ଥା କରାଯାଇଛି । ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ଆସିବ । ନଦୀ କୂଳବର୍ତ୍ତୀ ଅଞ୍ଚଳକୁ କେହି ନଯିବା ବର୍ତ୍ତମାନ ପାଇଁ ଭଲ ।’ ପ୍ରବଳ ବର୍ଷା ହେବାକୁ ଥିବାରୁ ସମସ୍ତେ ଘରେ ରହିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.