ଦେବେନ୍ଦ୍ର କହଁରଙ୍କ ଗାଡିକୁ ଗୁଳିମାଡ

0

ଗତକାଲି ରାତିରେ ଫୁଲବାଣୀ ର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଙ୍କ ଗାଡିକୁ ଗୁଳିମାଡ ହୋଇଛି l ଏନେଇ ଦେବେନ୍ଦ୍ର କହଁର ଫୁଲବାଣୀ ଟାଉନ୍ ଥାନା ରେ ପହଁଚି ଅଭିଯୋଗ କରିଛନ୍ତି l ଗତକାଲି ରାତିରେ ଦେବେନ୍ଦ୍ର କହଁର ଏକ ବନ୍ଧୁଙ୍କ ଘରକୁ କୌଣସି ଏକ କାର୍ଯ୍ୟରେ ଯାଇଥିଲେ l ରାତ୍ରି ଅଧିକ ହେବାରୁ ସେଠାରୁ ସେ ନ ଫେରି ବିଶ୍ରାମ ନେଇଥିଲେ l ସେ ଆସିଥିବା ବୋଲେରୋ ଗାଡିକୁ ବାହାରେ ପାର୍କିଂ କରି ବନ୍ଧୁଙ୍କ ଘରେ ରହିଥିଲେ l ବିଳମ୍ବିତ ରାତିରେ କେହି ଜଣେ ଦୁର୍ବୁତ୍ତ ତାଙ୍କ ଗାଡିକୁ ଗୁଳିମାଡ଼ କରିଥିବା ଜଣାଯାଇଛି l ଗୁଳିମାଡ ରେ ଗାଡିର ପଛ କାଚ ଟି ଭାଙ୍ଗି ଯାଇଛି l ଦେବେନ୍ଦ୍ର କହଁରଙ୍କ ଗାଡିକୁ ଗୁଳିମାଡ କରିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପଲଟିଛି l ଦେବେନ୍ଦ୍ର କହଁର ଏହି ବିଷୟରେ ଫୁଲବାଣୀ ଟାଉନ୍ ଥାନା ରେ ଅଭିଯୋଗ କରିଛନ୍ତି l ପୋଲିସ ତାହାର ତଦନ୍ତ କରୁଥିବା ସୂଚନା ମିଳିଛି l

Leave A Reply

Your email address will not be published.