ଜୁଲାଇରେ ବଢ଼ିଲା Royal Enfieldର ଚାହିଦା, ଜାଣନ୍ତୁ କେଉଁ ବାଇକ୍ ହୋଇଛି ସର୍ବାଧିକ ବିକ୍ରି

0

ଜୁଲାଇ ମାସରେ ରୟାଲ୍ ଏନଫିଲ୍ଡ ବାଇକ୍ ବିକ୍ରିର ଚାହିଦା ଖୁବ୍ ବଢ଼ିଛି । ଲୋକମାନେ ଏହାକୁ ଚଲାଇବାକୁ ବେଶି ପସନ୍ଦ କରୁଥିବା ବେଳେ ଜୁଲାଇ ମାସରେ ଅନ୍ୟ ବାଇକ୍ ବିକ୍ରି ତୁଳନାରେ ରୟାଲ୍ ଏନଫିଲ୍ଡ ବାଇକ୍ ଅଧିକ କିଣାଯାଇଛି । ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ରବିବାର ରିପୋର୍ଟ ପ୍ରକାଶ କରାଯାଇଛି । ଜୁଲାଇ ମାସରେ ମୋଟ ୪୪ହଜାର ୩୮ ମୋଟରସାଇକେଲ୍ ବିକ୍ରି ହୋଇଛି । ୨୦୨୦ ଜୁଲାଇ ମାସ ତୁଳନାରେ ଏହି ୨୦୨୧ ଜୁଲାଇରେ ଏହାର ବିକ୍ରି ୯ ପ୍ରତିଶତ ବୃଦ୍ଧି ପାଇଛି । ଜୁଲାଇ ମାସରେ ରୟାଲ୍ ଏନଫିଲ୍ଡର ମୋଟ ବିକ୍ରୟ ମଧ୍ୟରୁ ୩୯,୨୯୦ ୟୁନିଟ୍ ଘରୋଇ ବଜାରରେ ବିକ୍ରି ହୋଇଥିବାବେଳେ ୪,୭୪୮ ୟୁନିଟ୍ ରପ୍ତାନି ହୋଇଥିଲା ।

୨୦୨୦ କରୋନା ମହାମାରୀର ପ୍ରଥମ ଲହର ପରେ ଭାରତୀୟ ଦୁଇ ଚକିଆ ଶିଳ୍ପ ସ୍ୱାଭାବିକ ଅବସ୍ଥାକୁ ଫେରିଛି। କିନ୍ତୁ କରୋନାର ଦ୍ୱିତୀୟ ଲହର ଅଟୋମୋବାଇଲ ଶିଳ୍ପର ଅଗ୍ରଗତିରେ ବ୍ରେକ୍ ଲଗାଇଥିଲା । ଛୋଟ ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ମହାମାରୀ ବ୍ୟାପିବା କାରଣରୁ ଚଳିତ ବର୍ଷ ସ୍କୁଟର ଏବଂ ମୋଟରସାଇକେଲ ବିକ୍ରି ବିଶେଷ ପ୍ରଭାବିତ ହୋଇଛି। କିନ୍ତୁ ଜୁଲାଇ ମାସରେ ଏହାର ବିକ୍ରି ଖୁବ୍ ବଢ଼ିଛି ।

ରୟାଲ୍ ଏନଫିଲ୍ଡ ପାଇଁ ୩୫୦ସିସି ସେଗମେଣ୍ଟ୍ ଖଉବ୍ ଭଲ ପ୍ରଦର୍ଶନ କରିଛି । ଏହି ସେଗମେଣ୍ଟ୍ ର ବିକ୍ରି ୩୬,୩୮୪ ୟୁନିଟ୍ ରୁ ବୃଦ୍ଧି ପାଇ ୩୭,୫୫୬ ୟୁନିଟ୍ ହୋଇଯାଇଛି । ଅର୍ଥାତ୍ ବାଇକ୍ ବିକ୍ରିରେ ୩ ପ୍ରତିଶତ ବୃଦ୍ଧି ପାଇଛି । ଏଥିରେ ରୟାଲ୍ ଏନଫିଲ୍ଡର କ୍ଲାସିକ୍(Classic), ମୀଟିୟୋର୍(Meteor), ବୁଲେଟ୍(Bullet) ଏବଂ ଇଲେକ୍ଟ୍ରା(Electra) ଭଳି ମଡେଲ୍ ଖୁବ୍ ବିକ୍ରି ହୋଇଛି । ତେବେ ପୁଣି ଥରେ କରୋନାର ତୃତୀୟ ଲହରର ପ୍ରଭାବ ଆରମ୍ଭ ହେଉଥିବା ବେଳେ ରୟାଲ୍ ଏନଫିଲ୍ଡ ବିକ୍ରିରେ ପୁଣି ବ୍ରେକ୍ ଲାଗିପାରେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି ।

Leave A Reply

Your email address will not be published.