ଭୁବନେଶ୍ୱର ପରେ କଟକରୁ ୮ ଡେଙ୍ଗୁ ରୋଗୀ ଚିହ୍ନଟ

0

କରୋନା କାଳରେ ଡେଙ୍ଗୁ ନିଜର ଆତଙ୍କ ଖେଳାଇବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱର ପରେ ଏବେ କଟକରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମର ବିଭିନ୍ନ ସ୍ଥାନରୁ ୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି ।

ତେବେ ୮ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ଚିହ୍ନଟ କିଛି ଡେଙ୍ଗୁ ରୋଗୀଙ୍କର ଭୁବନେଶ୍ୱର ଲିଙ୍କ ଥିବା ଜଣାପଡିଛି । ଡେଙ୍ଗୁରୋଗୀଙ୍କ ପାଇଁ ଏସସିବିରେ ସ୍ୱତନ୍ତ୍ର ୱାର୍ଡ କରାଯାଇଛି ବୋଲି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.