ଏ ଥର ସୋନୁ ସୁଦ କରିବେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କ ମାର୍ଗଦର୍ଶନ

0

ଛାତ୍ରଛାତ୍ରୀ ମାନଙ୍କ ମାର୍ଗଦର୍ଶନ କରିବା ଠାରୁ ଆଉ କୌଣସି ବଡ଼ ସେବା ନାହିଁ | ସୋନୁ ସୁଦ ଦିଲ୍ଲୀ ସରକାରଙ୍କ ‘ଦେଶ କେ ମେଣ୍ଟର’ ପଦକ୍ଷେପର ବ୍ରାଣ୍ଡ ଆମ୍ବାସାଡର ଭାବରେ ମନୋନୀତ ହୋଇଛନ୍ତି | ଶୁକ୍ରବାର ଦିନ, ବଲିଉଡ ତାରକା ସୋନୁ ସୁଦ, ଯିଏକି 2020 ମସିହାରେ କରୋନାଭାଇରସ୍ ଲକ୍ ଡାଉନ ଲାଗୁ ହେବା ଦିନଠାରୁ ତାଙ୍କର କଲ୍ୟାଣମୂଳକ କାର୍ଯ୍ୟ ପାଇଁ ହେଡଲାଇନରେ ଚର୍ଚ୍ଚାର ବିଷୟ ପାଲଟିଥିଲେ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ ସାମ୍ବାଦିକ ସମ୍ମିଳନୀରେ ସୋନୁ ସୁଦଙ୍କୁ ‘ଦେଶ କେ ମେଣ୍ଟର’ ପଦକ୍ଷେପର ବ୍ରାଣ୍ଡ ଆମ୍ବାସାଡର ବୋଲି ସମ୍ବୋଧିତ କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ଏହି ପଦକ୍ଷେପ ଅନୁଯାୟୀ ଛାତ୍ରଛାତ୍ରୀ ମାନେ ସେମାନଙ୍କ କ୍ୟାରିୟର ବାଛିବାରେ ସୋନୁ ସୁଦ ସେମାନଙ୍କ ମାର୍ଗଦର୍ଶନ କରିବେ |

ମିଳିତ ପ୍ରେସରରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ,”ସରକାରୀ ବିଦ୍ୟାଳୟର କିଛି ଛାତ୍ର ଅତ୍ୟନ୍ତ ଗରିବ ପୃଷ୍ଠଭୂମିରୁ ଆସିଛନ୍ତି ଏବଂ ସେମାନଙ୍କୁ ମାର୍ଗଦର୍ଶନ କରିବାକୁ ବହୁତ କମ୍ ଲୋକ ଅଛନ୍ତି। ତେଣୁ ଏହି ପିଲାମାନଙ୍କ ପାଇଁ ପରାମର୍ଶଦାତା ଭାବରେ ସୋନୁ ସୁଦ ଏହି କାର୍ଯ୍ୟକ୍ରମ ପାଇଁ ସାହାଯ୍ୟ କରିବେ | ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରିଥିବାରୁ ଆମେ ସୋନୁ ସୁଦଙ୍କୁ ଧନ୍ୟବାଦ ଦେଉଛୁ। ସେ ସମଗ୍ର ଦେଶ ପାଇଁ ଏକ ପ୍ରେରଣା | ହଜାର ହଜାର ଲୋକ ସାହାଯ୍ୟ ପାଇଁ ତାଙ୍କ ନିକଟରେ ପହଂଚିଛନ୍ତି। ଏହା ଏକ ପ୍ରକାର ଚମତ୍କାର ଯେ ସେ ଏତେ ସଂଖ୍ୟର ଲୋକଙ୍କୁ ସାହାଯ୍ୟ କରିପାରିଛନ୍ତି | ସୋନୁ ସୁଦ ମଧ୍ୟ୍ୟ ପ୍ରେସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଲଖ୍ୟ ଲଖ୍ୟ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିବାଠାରୁ ଆଉ କୌଣସି ବଡ଼ ସେବା ନାହିଁ ବୋଲି କହିଥିଲେ | ଆଜି ମୋତେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରିବାର ସୁଯୋଗ ଦିଆଯାଇଛି। ଆମେ ମିଶିକି ଏହି ଦାୟିତ୍ୱ ନେଇପାରିବା ଏବଂ କରିପାରିବା ବୋଲି ସୋନୁ ସୁଦ ପ୍ରେସରରେ କହିଛନ୍ତି। ଏହି ଵୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ମଧ୍ୟ ଉପସ୍ଥିତ ଥିଲେ|

Leave A Reply

Your email address will not be published.