୧୦ ମିନିଟରେ ପିଇଦେଲେ ଦେଢ଼ ଲିଟର୍ କୋଲ୍ଡ ଡ୍ରିଙ୍କ୍ସ, ୬ ଘଣ୍ଟାପରେ ଯୁବକଙ୍କ ଚାଲିଗଲା ଜୀବନ

0

ଚୀନର ଡାକ୍ତର ମାନେ ଦାବି କରିଛନ୍ତି ଯେ, ହିଟ୍ ୱେବ୍ କାରଣରୁ ୧୦ ମିନିଟ୍ ଭିତରେ ଜଣେ ବ୍ୟକ୍ତି ୧.୫ ଲିଟର୍ କୋଲ୍ଡ ଡ୍ରିିଙ୍କ୍ସ ପିଇବା କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ନାମ ଖୁଲାସା କରାଯାଇନଥିଲେ ବି ସେ ୨୨ ବର୍ଷ ବୟସର ହୋଇଥିବା ଜଣାପଡ଼ିଛି । ଚୀନରେ ଜାରି ରହିଥିବା ଖୁବ୍ ଜୋରରେ ହିଟ୍ୱ ୱେବ୍ ବା ଗରମ କାରଣରୁ ଲୋକାମାନେ ସେଠାରେ ହନ୍ତସନ୍ତ ହେଉଛନ୍ତି । ତେଣୁ ଗରମ କାରଣରୁ ଏହି ବ୍ୟକ୍ତି ଜଣକ କୋଲ୍ଡ ଡ୍ରିଙ୍କ୍ସ ପିଇ ଦେଇଥିଲେ ।

ଡେଲି ମେଲ୍ ରେ ପ୍ରକାଶ ପାଇଥିବା ଏକ ଖବର ଅନୁସାରେ, ଯୁବକ ଜଣକ ଗରମରୁ ନିଜକୁ ବଞ୍ଚାଇବା ପାଇଁ ପୂରା କୋଲ୍ଡ ଡ୍ରିଙ୍କ୍ସ ବୋତଲକୁ ପିଇଦେଇଥିଲେ । ଏହାର ୬ ଘଣ୍ଟାପରେ ତାଙ୍କ ପେଟରେ ଖୁବ୍ ଯନ୍ତ୍ରଣା ହୋଇଥିଲା । ତେଣୁ ତାଙ୍କୁ ବେଜିଂହର ଏକ ହସ୍ପିଟାଲକୁ ନିଆଯାଇଥିଲା । ସେ ସମୟରେ ଯୁବକଙ୍କ ହାର୍ଟ ବିଟ୍ ଖୁବ୍ ଜୋରରେ ଚାଲୁଥିଲା ଓ ରକ୍ତଚାପ ଆଶ୍ଚର୍ଯ୍ୟଜନକ ଭାବରେ କମିବାରେ ଲାଗି ଥିଲା ।

କ୍ଲିନିକ୍ ଆଣ୍ଡ ରିସର୍ଚ୍ଚ ଇନ୍ ହେପାଟୋଲୋଜି ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ପତ୍ରିକାରେ ମୃତ୍ୟୁ ବିଷୟରେ ଜଣାଇଥିବା ଡାକ୍ତରମାନେ କହିଛନ୍ତି ଯେ କୋଲ୍ଡ ଡ୍ରିିଙ୍କ୍ସ କୁ ଶୀଘ୍ର ପିଇବା ଯୁବକଙ୍କୁ ମହଙ୍ଗା ପଡିଛି । କାରଣ ଏହା ଶରୀରରେ ନିମୋନିଆ ସୃଷ୍ଟି କରିଥାଏ। ତୁରନ୍ତ ଅତ୍ୟଧିକ ଥଣ୍ଡା ପାନୀୟ ପିଇବା ହେତୁ ପୁରୁଷର ଅନ୍ତନଳୀରେ ଅସ୍ୱାଭାବିକ ଗ୍ୟାସ୍ ସୃଷ୍ଟି ହୁଏ ।

ଡାକ୍ତର ମାନଙ୍କ କହିବା କଥା ଯେ, ଯୁବକ ଜଣକ ଅତ୍ୟଧିକ ସ୍ପିଡ୍ ରେ କୋଲ୍ଡ ଡ୍ରିଙ୍କସ୍ ପିଇବା ଦ୍ୱାରା ଛାତିରେ ଅକ୍ସିଜେନ୍ କମିବାରେ ଲାଗିଲା । ଫଳରେ ହେବେଟିକ ଇସ୍କିମିୟା ହୋଇଗଲା । ଆଉ ଶେଷରେ ତାଙ୍କର ମୃତ୍ୟୁ ହୋଇଗଲା ।

Leave A Reply

Your email address will not be published.