SCBରେ ଅଗଷ୍ଟ ୧୫ରୁ ଆରମ୍ଭ ହେବ ଇକମୋ ସେବା

0

ରାଜ୍ୟରେ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇକମୋ ସେବା । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ୧୫ରୁ କଟକ ଏସସିବିରେ ଇକମୋ ସେବା ଉପଲବ୍ଧ ହେବ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ୯ଟି ଇକମୋ ମେସିନ କଟକ ଏସସିବି ମେଡିକାଲକୁ ଆସିଥିବା ଡିଏମଇଟି କହିଛନ୍ତି ।

ଏହା ସହିତ ଆବଶ୍ୟକୀୟ ମାନବ ସମ୍ବଳଙ୍କୁ ନିଯୁକ୍ତି ଦିଆସରିଛି । ଏନେଇ ଗୋଟିଏ ବ୍ୟାଚ୍ କୋଲକାତାରୁ ଟ୍ରେନିଂ ନେଇ ଫେରିଛନ୍ତି । ଖୁବଶୀଘ୍ର ଆଉ ଏକ ଟିମ୍ କୋଲକାତା ଯିବ । ତେବେ କୋଭିଡରୁ ସୁସ୍ଥ ହେବା ପରେ ଇକମୋର ଆବଶ୍ୟକତା ପଡୁଛି । ୯ଟି ଇକମୋ ମେସନକୁ ୨ ଭାଗରେ ନିୟୋଜିତ ହେବ । ପ୍ରଥମ ୟୁନିଟରେ ୬ଟି ଓ ଦ୍ୱିତୀୟ ୟୁନିଟରେ ୩ଟି ଇକମୋ ମେସିନ ରହିବ । ୨ୟ ୟୁନିଟର ୩ଟି ମେସିନ କୋଭିଡ ରୋଗୀଙ୍କୁ ସେବା ଦେବ । କୋଭିଡ ପରବର୍ତ୍ତୀ ଜଟିଳତା ପାଇଁ ଅନ୍ୟ ୬ଟି ମେସିନ୍ ରହିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.