କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଶିକ୍ଷାମନ୍ତ୍ରୀ ପୋଖରିଆଲ ଓ ଶ୍ରମମନ୍ତ୍ରୀ ଗଙ୍ଗୱାରଙ୍କ ଇସ୍ତଫା

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ସମ୍ପ୍ରସାରଣକୁ ନେଇ ଘନେଇଛି ରାଜନୀତି । ଏହାରି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି ରମେଶ ପୋଖରିଆଲ ନିଶଙ୍କ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ପୋଖରିଆଲ ଇସ୍ତଫା ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ସନ୍ତୋଷ ଗଙ୍ଗୱାର ଇସ୍ତଫା ଦେଇଛନ୍ତି । ଶ୍ରମମନ୍ତ୍ରୀ ଗଙ୍ଗୱାରଙ୍କ ଇସ୍ତଫା ନେଇ ପିଟିଆଇ ସୂତ୍ରରୁ ସୂଚନା ମିଳିଛି ।

ତେବେ ଏହାଛଡ଼ା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସଦାନନ୍ଦ ଗୌଡ଼ ମଧ୍ୟ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଯୋଡିହେବାକୁ ଯାଉଛନ୍ତି ୭ ପ୍ରଶାସକ, ୬ ଡାକ୍ତର, ୫ ଇଞ୍ଜିନିୟର, ୧୩ ଆଇନଜୀବୀ ଶପଥ ନେବେ । ସେମାନଙ୍କ ମଧ୍ୟରୁ ଓବିସି-୨୭, ଏସସି- ୧୨, ଏସଟି- ୮, ସଂଖ୍ୟାଲଘୁ-୫, ମହିଳା-୧୧ ଥିବା ଜଣାପଡିଛି । ଆଜି ନୂଆ ଓ ପୁରୁଣା ମିଶାଇ ମୋଟ ୪୩ ଜଣ ଶପଥ ନେବେେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

Leave A Reply

Your email address will not be published.