ରିଆଲିଟି ଟିଭି ତାରକା ଙ୍କୁ ଦୁବାଇ ମଲରୁ ସୁରକ୍ଷାକର୍ମୀମାନେ ବାହାରେ ଫୋପାଡି ଦେଲେ

0

ରିଆଲିଟି ଟିଭି ତାରକା ଏମି ରସ୍ ଅତ୍ୟଧିକ ସେକ୍ସି ମିନି ସ୍କର୍ଟ ଏବଂ ଟପ୍ ପିନ୍ଧିଥିବାରୁ ତାଙ୍କୁ ସୁରକ୍ଷାକର୍ମୀମାନେ ଦୁବାଇ ର ଏକ ମଲ ରୁ ବାହାର କରିଦେଇ ଥିଲେ | ଏମି ରସ୍ ଜଣେ ରିଏଲିଟି ସୋ ଷ୍ଟାର ଏବଂ ସେଲିବ୍ରିଟି | ଜର୍ମାନର Big Brother ରେ ସେ ଅଭିନୟ କରିଛନ୍ତି | 22 ବର୍ଷୀୟ ଏମି ରସ୍ ତାଙ୍କ ସୋସିଆଲ ମିଡିଆରେ ଏହି ଘଟଣା ବିଷୟରେ କହିଥିଲେ। ଇନଷ୍ଟାଗ୍ରାମରେ ଏମି ରସ୍ ଙ୍କର 186,000 ରୁ ଅଧିକ ଫଲୋର୍ସ ବା ଅନୁସରଣକାରୀ ଅଛନ୍ତି ।

ଏମି ରସ୍ ଙ୍କ ଅନୁଯାୟୀ ସେ ଦୁବାଇର ଏକ ସପିଂ ମଲ୍ଲ କୁ ଏକ କ୍ରପ୍ ଟପ୍ ଏବଂ ମିନି ସ୍କର୍ଟ ପିନ୍ଧିଥିଲେ କାରଣ ଏହା ଅତ୍ୟଧିକ ଗରମ ଦିନ ଥିଲା | ମାତ୍ର ତାଙ୍କୁ ମଲ୍‌ର ସୁରକ୍ଷାକର୍ମୀମାନେ ଅଟକାଇଥିଲେ ଏବଂ ତାଙ୍କ ପୋଷାକ ଅନୁପଯୁକ୍ତ ବୋଲି କହିଥିଲେ। ରସ୍ ଙ୍କ ଅନୁଯାୟୀ ଦୁବାଇ ସପିଂ ମଲ ର ଜଣେ ସୁରକ୍ଷା କର୍ମୀ ତାଙ୍କ ପାଖକୁ ହଠାତ୍ ଆସି ଦୀର୍ଘ ନିଶ୍ୱାସ ନେଇ କହିଥିଲେ ଯେ ମୁଁ ଅତ୍ୟଧିକ ସେକ୍ସି ଦେଖା ଯାଉଛି, ଏବଂ ମୁଁ ଏପରି ବୁଲି ପାରିବି ନାହିଁ। ସେମାନେ ମୋତେ ପୋଲିସ୍ ର ଧମକ ଦେଇଥିଲେ । ମୋତେ ବାହାରେ ଫୋପାଡି ଦିଆଯାଇଥିଲା। ମୋତେ ଗୋଟେ ଲିଖିତ ଚେତାବନୀ ମଧ୍ୟ୍ୟ ଦେଇଥିଲେ | ଯେଉଁଥିରେ ଲେଖା ଯାଇଥିଲା ଯେ, ଦୟାକରି ସମ୍ମାନଜନକ ପୋଷାକ ପିନ୍ଧନ୍ତୁ। ଏହି ମାମଲାରୁ ମୁକ୍ତ ହେବା ପାଇଁ ମୁଁ ଏକ ଲମ୍ବା ଟି-ସାର୍ଟ ଆଣି ତା ଉପରେ ପିନ୍ଧିଥିଲି |

Leave A Reply

Your email address will not be published.