ଟାଇଗର 3 ରେ ଇମ୍ରାନ ହାସମି ଙ୍କ ଲୁକ ଦେଖି ସ୍ତବ୍ଧ ହେଲେ ପ୍ରଶଂସଙ୍କ

0

ଟାଇଗର 3 ରେ ଅଭିନେତା ଇମ୍ରାନ ହାସମି ତାଙ୍କ ଭୂମିକା ପାଇଁ କଠିନ ପ୍ରସ୍ତୁତି ଚଳାଇଛନ୍ତି। ରବିବାର ଦିନ ସେ ତାଙ୍କର ଏକ ନୂଆ ଛବି ଟ୍ୱିଟର ଆକାଉଣ୍ଟ ରେ ସେୟାର କରିଥିଲେ। ତା ପରେ ତାଙ୍କ ପ୍ରଶଂସଙ୍କ ମନ୍ତବ୍ୟ ପରେ ମନ୍ତବ୍ୟ ଦେଇ ଚାଲି ଥିଲେ | କିଏ ଆଶ୍ଚର୍ଯ୍ୟଜନକ ବଡି ଟ କିଏ “Killer looks,” ଆଉ କିଏ ମନ୍ତବ୍ୟ ଦେଇଛନ୍ତି କି ଏ ଶରୀର ଦେଖିସାରିବା ପରେ ଟାଇଗର 3 ପାଇଁ ଅପେଖ୍ୟା କରି ହଉନି | ଜଣେ ପ୍ରଶଂସକ ଥଟ୍ଟା କରି ଲେଖିଛନ୍ତି, ଲାଗୁଚି ସଲମାନ ଭାଇ ଏ ଥର ବହୁତ ମାଡ ଖାଇବେ |

ଫଟୋ ଟିରେ ଇମ୍ରାନ ହାସମି ଙ୍କୁ ଦେଖି ସାରିବା ପରେ ଲାଗୁଚି ଟାଇଗର 3 ର ଭୂମିକା ପାଇଁ ସେ ବହୁ ପରିଶ୍ରମ କରୁଛନ୍ତି। ପ୍ରଥମ ଥର ପାଇଁ ସଲମାନ ଖାନ ଏବଂ ଇମ୍ରାନ ହାସମି ଏକା ସାଙ୍ଗରେ କାମ କରୁଛନ୍ତି | ଚଳଚ୍ଚିତ୍ର ର ସୁଟିଂ ମୁମ୍ବାଇ ଏବଂ ୟୁରୋପ ରେ ହୋଇଛି | ଏହି ପ୍ରୋଜେକ୍ଟ ଦସ୍ତଖତ କରିବା ପୂର୍ବରୁ, ଇମ୍ରାନ୍ କହିଥିଲେ ଯେ, ମୁଁ ସଲମାନଙ୍କ ସହିତ କାମ କରିବାକୁ ପସନ୍ଦ କରିବି | ଏହା ସର୍ବଦା ଏକ ସ୍ୱପ୍ନ ଥିଲା ଯେ ମୁ ତାଙ୍କ ସହ କାମ କରିବି ଏବଂ ଆଶା କରୁଛି ଏହା ସଫଳ ହେବ |” ମନୀଶ ଶର୍ମା ଟାଇଗର 3 ର ନିର୍ଦ୍ଦେଶନା ଦେବେ | ନିକଟରେ ଫିଲ୍ମ ‘ମୁମ୍ବାଇ ସାଗା’ରେ ଇମ୍ରାନ ହାଶମୀଙ୍କୁ ଦେଖିବାକୁ ମିଳିଥିଲା। ଏବେ ସେ ଟାଇଗର 3 ବ୍ୟତୀତ ଅମିତାଭ ବଚ୍ଚନଙ୍କ ଅଭିନୀତ ‘ଚେହେରେ’ ରେ ମଧ୍ୟ ନଜର ଆସିବେ |

Leave A Reply

Your email address will not be published.