ଆଶ୍ୱସ୍ତି ଆଣିଦେଲା ହର୍ଷବର୍ଦ୍ଧନଙ୍କ ତଥ୍ୟ

0

ଦେଶରେ ମହାମାରୀ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ଙ୍କ ସଂଖ୍ୟା 29 ହଜାର ଅତିକ୍ରମ କରିଛି l ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବା ସହ 934 ଜଣଙ୍କ ମୃତ୍ୟୁ ଘଟିଛି l ଏଭଳି ସ୍ଥିତିରେ ଆଜି କେନ୍ଦ୍ର ସ୍ଵାସ୍ଥ୍ଯମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ତଥ୍ୟ ଆଶ୍ୱସ୍ତି ଆଣିଦେଇଛି l ଦେଶରେ ମହାମାରୀ କରୋନା ଭାଇରସକୁ ନେଇ ହର୍ଷବର୍ଦ୍ଧନ କହିଛନ୍ତି ଯେ ଗତ ସପ୍ତାହ ମଧ୍ୟ ରେ ଦେଶର 80 ଜିଲ୍ଲା ମାନଙ୍କରୁ କୌଣସି କରୋନା ଆକ୍ରାନ୍ତଙ୍କ ଖବର ସାମ୍ନା କୁ ଆସିନାହିଁ ସେହିଭଳି ଗତ 14 ଦିନ ମଧ୍ୟରେ 47 ଜିଲ୍ଲା ଏବଂ ଗତ 28 ଦିନ ମଧ୍ୟରେ 17 ଜିଲ୍ଲାରୁ କୌଣସି କରୋନା ଆକ୍ରାନ୍ତଙ୍କ ଖବର ସାମ୍ନା କୁ ଆସିନାହିଁ l ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର କହିବା ଅନୁଯାୟୀ କରୋନା ରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତି ଙ୍କ ଠାରୁ ସଂକ୍ରମଣ ବ୍ୟାପିବାର କୌଣସି ଆଶଙ୍କା ନାହିଁ ତେଣୁ ସୁସ୍ଥ ବ୍ୟକ୍ତିଙ୍କୁ ନେଇ ଲୋକମାନଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ନ ରଖିବା ଉଚିତ୍ l ଦେଶର ଏଭଲି ପରିସ୍ଥିତି ରେ ଦେଶରେ ସ୍ଵଦେଶୀ ଜ୍ଞାନ କୌଶଳରେ ତିଆରି କରାଯାଉଛି ଭେଣ୍ଟିଲେଟର ତାହା ଜନସାଧାରଣ ଙ୍କୁ ଆହୁରି ଆଶ୍ୱସ୍ତି ପ୍ରଦାନ କରୁଛି l

Leave A Reply

Your email address will not be published.