ଡିସଚାର୍ଜ ହେଲେ ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ

0

ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି l ଏନେଇ ଏକ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ l

ସୂଚନାଯୋଗ୍ୟ ଯେ ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତି ଜଣକ ଇଟାଲି ରୁ ଦିଲ୍ଲୀ ଫେରିବା ପରେ ଟ୍ରେନ୍ ଯୋଗେ ଭୁବନେଶ୍ବର ଫେରିଥିଲେ l ତାଙ୍କୁ ଥଣ୍ଡା, ଜ୍ଵର ହେବାରୁ ସେ ଏକ ଘରୋଇ ହସ୍ପିଟାଲରେ ଚିକିସତ୍ିତ ହେଉଥିଲେ l କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ନହେବାରୁ ସେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ l ସେଠାରେ ତାଙ୍କର ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା l ନମୁନାରୁ ସେ କରୋନା ଆକ୍ରାନ୍ତ ଥିବା ଜାଣିବାକୁ ମିଳିଥିଲା l ସେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କ ପିତା ମାତାଙ୍କୁ ମଧ୍ୟ ହସ୍ପିଟାଲର ଆଇସୋଲେସନ ୱାର୍ଡ ରେ ରଖାଯାଇଥିଲା l

ବର୍ତ୍ତମାନ୍ ତାଙ୍କର ସ୍ୱାବ ନମୁନା ନେଗେଟିଭ୍ ଆସିବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି l ରାଜ୍ଯରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହୋଇ ଘରକୁ ଫେରିବା ଏହା ଦ୍ଵିତୀୟ ଘଟଣା l

Leave A Reply

Your email address will not be published.