ସଉଦା କିମ୍ବା ଖାଦ୍ୟ ସାମଗ୍ରୀ ବାଣ୍ଟିବା ନେଇ ଜାରି ହେଲା ନିୟମ

0

ଏହି ମହାମାରୀ ସମୟରେ କେତେକ ସହୃଦୟ ବ୍ୟକ୍ତି କିମ୍ବା ସଂସ୍ଥା ବିଭିନ୍ନ ଖାଦ୍ୟ ସାମଗ୍ରୀ ବା ସଉଦା ବାଣ୍ଟୁଛନ୍ତି l କିନ୍ତୁ ଏହି ସାମଗ୍ରୀ ବାଣ୍ଟିବା ଫଳରେ ଲୋକମାନଙ୍କ ଭିତରେ ସାମାଜିକ ଦୂରତ୍ୱ ହ୍ରାସ ଘଟୁଛି l ତେଣୁ ଏହାକୁ ନଜରରେ ରଖି ବିଏମସି ନିୟମାବଳୀ ଜାରି କରିଛି l ଯଦି କୌଣସି ବ୍ୟକ୍ତି ବା ସଂସ୍ଥା ଖାଦ୍ୟ ସାମଗ୍ରୀ ବାଣ୍ଟିବାକୁ ଚାହୁଁଥିବେ ତେବେ ସେମାନେ ଗୋଟିଏ ଦିନ ପୂର୍ବରୁ ବିଏମସି କୁ ଜଣାଇବେ l

ବିଏମସି କମିଶନର କହିଛନ୍ତି ଏଥିପାଇଁ ବିଏମସି ପକ୍ଷରୁ ମୁଖ୍ୟ କାର୍ଯ୍ୟାଳୟ ରେ ଏହି କାର୍ଯ୍ୟକ୍ରମ ର ନୋଡ଼ାଲ ଅଫିସର ଭାବେ ଆସିଷ୍ଟାଣ୍ଟ କମିଶନର ଲିଲନ୍ ପ୍ରସାଦ ସାହୁଙ୍କୁ ଦାୟିତ୍ଵ ଦିଆଯାଇଛି l ଏହା ସହ ତିନୋଟି ଜୋନରେ ତିନି ଜଣ ଅଧିକାରୀ ଙ୍କୁ ନୋଡାଲ ଅଫିସର କରାଯାଇଛି l ଏହି ଅଫିସର ଙ୍କ ଅନୁମତି ରେ ହିଁ ଏଣିକି ସଂସ୍ଥା ବା ବ୍ୟକ୍ତି ଖାଦ୍ୟ ବା ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟି ପାରିବେ l

Leave A Reply

Your email address will not be published.