ଫ୍ରି ଭାକସିନକୁ ନେଇ ଆମ୍ରି ହସ୍ପିଟାଲରେ ଉତ୍ତେଜନା, ଟିକା ନେବା ପାଇଁ ଆସିଥିବା ମହିଳାଙ୍କୁ ନାଲି ଆଖି ଦେଖାଇଲେ କର୍ମଚାରୀ

0

ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ଦେବା ନେଇ ଘୋଷଣା କରିବା ପରେ ଜନସାଧାରଣଙ୍କୁ ମାଗଣାରେ ଟିକା ଦିଆଯାଉଛି । ତେବେ ଏହାକୁ ନେଇ ଆଜି ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି । ସୂଚନା କ୍ରମେ, ଆମ୍ରି ହସ୍ପିଟାଲରେ ଫ୍ରି ଭାକସିନରେ ନିୟମ ଆଧାରରେ ଜଣେ ମହିଳା ଭାକସିନ ପାଇଁ ରେଜିଷ୍ଟ୍ରସନ କରିଥିଲେ । ମହିଳା ଜଣକ ରେଜିଷ୍ଟ୍ରେସନ କରିବା ବେଳେ ମାଗଣା ଟିକା ଦେବା ନେଇ ସୁବିଧା ରହିଥିଲା । ହେଲେ ହସ୍ପିଟାଲରେ ଟିକା ନେବା ପାଇଁ ପହଞ୍ଚିଲା ବେଳକୁ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେତେବେଳେ ଉକ୍ତ ମହିଳା ଜଣକ ଟିକା ନେଇ ହସ୍ପିଟାଲକୁ ଯାଇଥିଲେ ତାଙ୍କୁ ସେଠାରେ ଟଙ୍କା ମଗାଯାଇଥିଲା । ହସ୍ପିଟାଲ କର୍ମଚାରୀ ମାନେ ମାଗଣା ଟିକା ଦେବା ନେଇ ନିୟମ ଥିଲେ ସୁଦ୍ଧା ତାଙ୍କୁ ଟଙ୍କା ମାଗିଥିଲେ ।

ହସ୍ପିଟାଲ ତରଫରୁ ଟିକା ଗ୍ରହଣ କରିବାକୁ ଆସିଥିବା ମହିଳାଙ୍କୁ କୁହାଯାଇଥିଲା ଯେ, ସରକାରୀ ମେଡିକାଲ ମାନଙ୍କରେ ମାଗଣା ଟିକା ଦିଆଯିବାର ବ୍ୟବସ୍ଥା ରହିଛି । କିନ୍ତୁ ଘରୋଇ ହସ୍ପିଟାଲ ମାନଙ୍କରେ ଟିକା ନେବା ପାଇଁ ଟଙ୍କା ଦେବାକୁ ପଡିବ ବୋଲି କହିଥିଲେ । ହେଲେ ମହିଳା ଜଣକ ଯୁକ୍ତି ବାଢି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମାଗଣା ଟିକା ଦେବାନେଇ ଘୋଷଣା କରିଥିବା ବେଳେ ଏଠାରେ କାହିଁକି ଟଙ୍କା ନେଇ ଟିକା ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ । ବର୍ତ୍ତମାନ ଏହାକୁ ନେଇ ବିଭିନ୍ନ ମହଲରେ ହସ୍ପିଟାଲକୁ ନିନ୍ଦା କରାଯାଉଛି ।

Leave A Reply

Your email address will not be published.