ଅକ୍ଟୋବର ୧ରୁ ବନ୍ଦ ହେବ ଅଟୋ ଡେବିଟ୍ ନିୟମ; EMI ପରିଶୋଧରେ ମିଳିବ ଏହି ସବୁ ସୁବିଧା

0

ଆସନ୍ତା ଅକ୍ଟୋବର ୧ ତାରିଖରୁ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏକ ନୂତନ ସୁବିଧା ଲଞ୍ଚ କରାଯାଉଛି । ଏହି ନୂତନ ସୁବିଧା ଅନୁଯାୟୀ ଅଟୋ ଡେବିଟ ବ୍ୟବସ୍ଥା ବନ୍ଦ କରାଯିବ । କୌଣସି ଇଏମଆଇ ପରିଶୋଧରେ ଏହି ବ୍ୟବସ୍ଥା ଗ୍ରାହକଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହେବ । ଆରବିଆଇ ପକ୍ଷରୁ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ ଏହି ଅଟୋ ଡେବିଟ ବ୍ୟବସ୍ଥା ବନ୍ଦ କରାଯିବ କିମ୍ବା ଏହା ପୂର୍ବରୁ ଗ୍ରାହକଙ୍କ ଅନୁମତି ଗ୍ରହଣ କରାଯିବ ।

୫ ହଜାରରୁ ଅଧିକ ଟଙ୍କାର ଇଏମଆଇ/ରିକରିଙ୍ଗ ଡିପୋଜିଟ/ ଏସଆଇପି ଦେୟ ପୈଠ ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ପଇସା କଟିବାର ୨୪ ଘଣ୍ଟା ପୂର୍ବରୁ ଗ୍ରାହକଙ୍କ ମୋବାଇଲ ଅଥବା ଇମେଲରେ ଏକ ମେସେଜ ପଠାଯିବ । ଏହି ମେସେଜକୁ ପୁଷ୍ଟି କରିଲେ ହିଁ ଆକାଉଣ୍ଟରୁ ପଇସା କଟିବ । ଗ୍ରାହକଙ୍କ ଅନୁମତି ମିଳିଲେ ହିଁ ଆକାଉଣ୍ଟରୁ ପଇସା କଟାଯିବ । ଗ୍ରାହକଙ୍କୁ ଇଏମଆଇ ବୋଝରୁ ମୁକ୍ତ କରିବା ପାଇଁ ଆରବିଆଇ ପକ୍ଷରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଏହି ବ୍ୟବସ୍ଥାର ଲାଭ ଉଠାଇବା ପାଇଁ ସଠିକ ମୋବାଇଲ ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ହୋଇଥିବା ଆବଶ୍ୟକ । ଏପ୍ରିଲ ୧ରୁ ଏହି ନିୟମ ଲାଗୁ କରାଯାଇଥିଲେ ହେଁ ବ୍ୟାଙ୍କ ଗୁଡିକର ସୁବିଧା ପାଇଁ ଏହି ନିୟମକୁ ଅକ୍ଟୋବର ୧ ଯାଏଁ ଘୁଞ୍ଚାଇ ଦିଆଯାଇଥିଲା ।

Leave A Reply

Your email address will not be published.