ଖୁବ ଶିଘ୍ର ବଡ ପରଦାରେ ମୁକ୍ତିଲାଭ କରିବ ‘ଗାଙ୍ଗୁବାଇ କାଠିଆୱାଡି’,‘ଆରଆରଆର’ ଏବଂ ‘ଆଟାକ’

0

କରୋନାଭାଇରସ୍ ମହାମାରୀ ହେତୁ ଚଳଚ୍ଚିତ୍ର ନିର୍ମାତାମାନେ ଅନେକ ଚଳଚ୍ଚିତ୍ରଗୁଡ଼ିକୁ ସ୍ଥଗିତ କରୁଥିବା ବେଳେ ଆଉ କିଛି ଚଳଚ୍ଚିତ୍ର ନିର୍ମାତାମାନେ OTT ପ୍ଲାଟଫର୍ମରେ ରିଲିଜ କରୁଛନ୍ତି | ଏହି ତିନୋଟି ଚଳଚ୍ଚିତ୍ର ତଥା ‘ଗାଙ୍ଗୁବାଇ କାଠିଆୱାଡି’,‘ଆରଆରଆର’ ଏବଂ ‘ଆଟାକ’ କୁ ଦର୍ଶକମାନେ ଅପେଖ୍ୟା କରି ରହିଛନ୍ତି | ମାତ୍ର କିଛି ସମୟ ଧରି ଗୁଜବ ପ୍ରଚାରିତ ହୋଇଥିଲା ଯେ ଏହି ଚଳଚ୍ଚିତ୍ରଗୁଡ଼ିକ OTT ପ୍ଲାଟଫର୍ମରେ ରିଲିଜ ହେବ | ସଞ୍ଜୟ ଲୀଲା ଭନସାଲୀଙ୍କ ‘ଗାଙ୍ଗୁବାଇ କାଠିଆୱାଡି’,ଏସ ଏସ ରାଜାମୌଲିଙ୍କ ‘ଆରଆରଆର’ ଏବଂ ଜନ୍ ଆବ୍ରାହମଙ୍କ ‘ଆଟାକ’ ଖୁବ ଶିଘ୍ର ବଡ ପରଦାରେ ମୁକ୍ତିଲାଭ କରିବ ବୋଲି ପେନ୍ ଷ୍ଟୁଡିଓର ଚେୟାରମ୍ୟାନ୍ ତଥା ଏମଡି ଜୟନ୍ତୀଲାଲ ଗଡା ଏକ ବିବୃତ୍ତିରେ କହିଛନ୍ତି |

ଏହି ତିନୋଟି ଚଳଚ୍ଚିତ୍ର OTT ପ୍ଲାଟଫର୍ମରେ ରିଲିଜ ହେବା କଥା ସମ୍ପୂର୍ଣ ଅସତ୍ୟ ଅଟେ | ଏବଂ ଖୁବ୍ ଶୀଘ୍ର ବଡ ପରଦାରେ ଏହି ତିନୋଟି ଚଳଚ୍ଚିତ୍ର ରିଲିଜ ହେବ | କରୋନାଭାଇରସ୍ ମହାମାରୀ ହେତୁ ଏହି ଚଳଚ୍ଚିତ୍ରଗୁଡ଼ିକୁ ସ୍ଥଗିତ କରାଯାଇ ଥିଲା | ‘ଗଙ୍ଗୁବାଇ କାଠିଆୱାଡି’ ରେ ଆଲିଆ ଭଟ୍ଟ, ‘ଆରଆରଆର’ ରେ ରାମ ଚରଣ, ଏନଟିଆର ଜୁନିଅର ଏବଂ ଅଜୟ ଦେବଗନ୍ ଏବଂ ‘ଆଟାକ’ ରେ ଜନ୍ ଆବ୍ରାହମ ଅଭିନୟ କରିଛନ୍ତି |ଏହି ଚଳଚ୍ଚିତ୍ର ଗୁଡିକ ବହୁତ ଜଲ୍ଦି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ |

Leave A Reply

Your email address will not be published.