ଗଞ୍ଜାମରେ ପ୍ରାୟ 40 ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା l

0

କରୋନା ଭୟାବହକୁ ଦୃଷ୍ଟିରେ ରଖି ଗଞ୍ଜମ ଜିଲ୍ଲାର ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ l ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ଯେ ଆସନ୍ତା କାଲି ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ତିନିଦିନ ମଧ୍ୟରେ ଶେଷ ହେବ l

ଗଞ୍ଜାମ୍ ଜିଲ୍ଲାର ପ୍ରାୟ 6 ହଜାର ରାଜସ୍ଵ ଗ୍ରାମର 40 ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା l ପ୍ରତି ରାଜସ୍ଵ ଗ୍ରାମ ପାଇଁ 5 ଜଣିଆ ଟିମ୍ ଗଠନ କରାଯାଇଛି l ଏହି ଟିମରେ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଜିଆରଏସ୍, ଶିକ୍ଷକ ସ୍ୱାସ୍ଥ୍ୟ ସୁପର ଭାଇଜର ରହିବେ l ଏମାନେ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ l ଯଦି ଏହି ଟିମ ଅନୁଭବ କରନ୍ତି ଯେ କାହାର ଶରିର ରେ କାହାର ଲକ୍ଷଣ ପ୍ରକାଶ ପାଉଛି ତେବେ ସେ ଜିଲ୍ଲା କଣ୍ଟ୍ରୋଲ ରୁମ୍ କୁ ଜଣାଇବେ l ଏହା ପରେ ତାଙ୍କର ଚିକିତ୍ସା ବ୍ୟବସ୍ଥା କରାଯିବ l

Leave A Reply

Your email address will not be published.