ବିବାହର ୩ଦିନ ପୂର୍ବରୁ ଛୁଆକୁ ଜନ୍ମ ଦେଲା କନ୍ୟା, କହିଲେ- ଗର୍ଭବତୀ ଥିଲି ବୋଲି ଜାଣିନଥିଲି

0

ବିବାହର ତିନିଦିନ ପୂର୍ବରୁ ଗୋଟିଏ ସନ୍ତାନକୁ ଜନ୍ମ ଦେଲା କନ୍ୟା । ଏହିଭଳି ଏଭ ଅଜବ ଖବର ଆସିଛି ଲଣ୍ଡନରୁ । ,ଏହି ଖବର ସମ୍ପର୍କରେ ମହିଳା ଜଣକ ନିଜେ ସେୟାର୍ କରି ଜଣାଇଛନ୍ତି । ସେ କହିଛନ୍ତି ଯେ, ସେ ନିଜେ ବି ଏକଥା ଜାଣିନଥିଲେ ଯେ, ସେ ଗର୍ଭବତୀ ଅଛନ୍ତି ବୋଲି । ୪୦ ବର୍ଷୀୟା ଲିସା ନିଜର କାହାଣୀ ଗୋଟିଏ ୟୁଟ୍ୟୁବ୍ ପେଜ୍ ରେ ସେୟାର୍ କରିଛନ୍ତି ଓ ପୂରା ଘଟଣା ସମ୍ପର୍କରେ ବିବରଣୀ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, ବିବାହର ତିନି ଦିନ ପୂର୍ବରୁ ଅଚାନକ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ଆଉ ମୋତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ସେ ଗୋଟିଏ ଛୁଆକୁ ଜନ୍ମଦେଲେ ।

ରିପୋର୍ଟ ଅନୁୂସାରେ, ଗର୍ଭବତୀ ହେବା ସମୟରେ ଓଜନ ବଢ଼ିଥାଏ । ହେଲେ ବଢ଼ିବା ଜାଗାରେ ତାଙ୍କ ଓଜନ କମିବାରେ ଲାଗିଥିଲା । ଆଉ ଗର୍ଭବତୀ ହେବାର କୌଣଓି ଲକ୍ଷଣ ନଥିଲା । ଦୁଇମାସ ପର୍ଯ୍ୟନ୍ତ ଋତୁସ୍ରାବ ନ ହେବାରୁ ସେ ଗର୍ଭବତୀ ଅଛନ୍ତି କି ନାହିଁ ଯାଞ୍ଚ କରିଥିଲେ ଓ ତାଙ୍କ ଫଳାଫଳ ନେଗେଟିଭ୍ ଆସିଥିଲା । ଏମିତିକି ଦୁଇଦୁଇ ଥର ଟେଷ୍ଟ କରିବା ପରେ ବି ରେଜଲ୍ଟ ନେଗେଟିଭ୍ ହିଁ ଆସିଥିଲା ।

ଲିସା କହିଛନ୍ତି ଯେ, ସେ ଯାହାକୁ ବିବାହ କରିବାକୁ ଯାଉଥିଲେ ତାଙ୍କ ସହିତ ବିବାହ କରିବାର ୩ ଦିନ ପୂର୍ବରୁ ଖୁବ୍ ରକ୍ତ ବାହାରିଥିଲେ । ସେ ବାଥରୁମ୍ କୁ ଯାଇ ଚେକ୍ କରିଥିଲେ । ଆଉ ଏତେ ମାତ୍ରାରେ ରକ୍ତ ଦେଖି ସେ ତାଜୁବ୍ ହୋଇଯାଇଥିଲେ ଓ ତାଙ୍କର ହେବାକୁ ଯାଉଥିବା ସ୍ୱାମୀ ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ତାଙ୍କ ଗର୍ଭପାତ ହୋଇଥିବା ଜଣାପଡ଼ିଥିଲା । ଡାକ୍ତର ମାନେ ଯାଞ୍ଚ କରିବା ବେଳେ ଜଣାପଡ଼ିଥିଲା ଯେ, ସେ ୭ ମାସ ହେଲା ଗର୍ଭବତୀ ରହିଥିଲେ ।

Leave A Reply

Your email address will not be published.