ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଖୁସି ଖବର

0

ବିଶ୍ୱରେ ମହାମାରୀ କରୋନା ଭାଇରସ୍ ଯୋଗୁଁ ଶିକ୍ଷା ବ୍ଯବସ୍ଥା ଏକ ପ୍ରକାରର ବନ୍ଦ ହୋଇଯାଇଛି l ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହୁତ୍ କିଛି ବ୍ୟବସ୍ତା କରୁଛନ୍ତି l ସ୍କୁଲ କଲେଜ ଖୋଲୁନଥିବାରୁ ପିଲା ମାନେ ଆପ୍ ଜରିଆରେ ପାଠ ପଢୁଛନ୍ତି ଏବଂ କେତେକ ଚ୍ୟାନେଲ ରେ ଶିକ୍ଷାଦାନ ଉପରେ ପର୍ଯ୍ୟବେସିତ କାର୍ଯ୍ୟକ୍ରମ ଜରିଆରେ ପାଠ ପଢୁଛନ୍ତି l ଏହାରି ଭିତରେ ରାଜ୍ୟ ସରକାର ନବମ ଏବଂ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହି ଯୋଗାଇ ଦେବା ର ସୁବିଧା କରୁଛନ୍ତି l ଏ ସମ୍ପର୍କରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି l ସେ କହିଛନ୍ତି ଯେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପ୍ରକାଶିତ ନବମ ଏବଂ ଦଶମ ଶ୍ରେଣୀର ବହି ରାଜ୍ୟର ଜୋନାଲ କେନ୍ଦ୍ର ମାନଙ୍କୁ ପଠାଯିବ l ଜୋନାଲ କେନ୍ଦ୍ର ମାନଙ୍କରୁ ଡିଲର୍ ମାନେ ବହି ସଂଗ୍ରହ କରି ବିକ୍ରି କରିପାରିବେ l ଯାହା ପିଲା ମାନେ ସିଧାସଳଖ ଦୋକାନ ମାନଙ୍କରୁ ନବମ ଏବଂ ଦଶମ ଶ୍ରେଣୀର ବହି ପାଇପାରିବେ l ଏଭଳି ଲକ୍ ଡାଉନ ସ୍ଥିତି ରେ ପିଲାମାନେ ଆପ୍ କିମ୍ବା ଚ୍ୟାନେଲ ମାନଙ୍କରେ ପାଠ ପଢୁଥିଲେ କିନ୍ତୁ ଏବେ ବୁକ ଷ୍ଟୋର ମାନଙ୍କରେ ବହି ମିଳିବ l ତେଣୁ ନବମ ଏବଂ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ କିଛିଟା ଆଶ୍ୱସ୍ତି ମିଳିବ l

Leave A Reply

Your email address will not be published.