ସରକାରୀ, ବେସରକାରୀ ସ୍କୁଲ ଏବଂ କୋଚିଂସେଣ୍ଟର ଉପରେ କାହିଁକି ହେଲା ଚଢ଼ାଉ ?

0

୧୮.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ସମସ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦେଶ ଦେଇଥିଲେ I ଭୁବନେଶ୍ୱରରେ ବିିଭିନ୍ନ ସରକାରୀ, ବେସରକାରୀ ସ୍କୁଲ ଓ କୋଚିଂ ସେଂଟର ଖୋଲା ରହୁଥିବା ଅଭିଯୋଗ ଆସିଛି l ଗଣଶିକ୍ଷା ବିଭାଗ ବିଦ୍ୟାଳୟ ସ୍ତରର ସମସ୍ତ ପରୀକ୍ଷାକୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ବାତିଲ କରିବା ସହ ବନ୍ଦ ରଖିବାକୁ ନିର୍ଦେଶ ଦେଇଥିଲେ l ଶିକ୍ଷକ ମାନେ ଵିଦ୍ୟାଳୟ ନଆସିବା ଉପାରେ ମଧ୍ୟ କଟକଣା ଜାରି କରାଯାଇଥିଲା l

ଏସବୁ ସତ୍ୱେ ମଧ୍ୟ ରାଜଧାନୀର କିଛି ଶିକ୍ଷାନୁଷ୍ଠାନ ଖୁଲମଖୋଲ ନିର୍ଦେଶରେ ଉଲଂଘନ କରୁଥିବାର ଅଭିଯୋଗ ଆସିବା ପରେ ଭୁବନେଶ୍ୱର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଗଠିତ ୪ଟି ସ୍କ୍ୱାର୍ଡ ସହରର ବିଭିନ୍ନ ସ୍କୁଲରେ ସତ୍ୟତା ପରଖିଛନ୍ତି । ନିର୍ଦେଶର ଉଲଂଘନ କରୁଥିବା ଶିକ୍ଷାନୁଷ୍ଠାନ ଉପରେ ଆଜି ଯାଞ୍ଚ କରାଯାଇ ସତ୍ୟାସତ୍ୟ ପରଖୁଛନ୍ତି l

Leave A Reply

Your email address will not be published.