ରଥଯାତ୍ରା ସମୟରେ ବଡ଼ଦାଣ୍ଡ ହେବ ଗ୍ରୀନ ଜୋନ୍

0

ଚଳିତମାସ ୧୨ ତାରିଖରେ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କିନ୍ତୁ କୋଭିଡ କଟକଣା ଭିତରେ ରଥଯାତ୍ରା ହେବ । ରଥଯାତ୍ରା ସମୟରେ ପୁରୀ ବଡ଼ଦାଣ୍ଡ ଗ୍ରୀନ ଜୋନ ହେବ । କେବଳ ଜରୁରୀକାଳୀନ ସେବା ପାଇଁ ବଡ଼ଦାଣ୍ଡ ଗ୍ରୀନ ଜୋନ ହେବ । ଏହି ଗ୍ରୀନ ଜୋନରେ ଅଗ୍ନିଶମ ଓ ଆମ୍ବୁଲାନ୍ସ ସୁବିଧାରେ ଯାଇପାରିବ । ଗୁଣ୍ଡିଚା ମନ୍ଦିର ଚତୁଃପାଶ୍ୱର୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ । ଗ୍ରୀନ ଜୋନ୍ ସମ୍ପର୍କରେ ପୁରୀ ଏସପି କନୱାର ବିଶାଲ ସିଂ ସୂଚନା ଦେଇଛନ୍ତି ।

ଅନ୍ୟପଟେ ରଥଯାତ୍ରା ପାଇଁ ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । କୋଭିଡ ଟେଷ୍ଟ ପରେ ଯେଉଁ ସେବାୟତଙ୍କ ରିପୋର୍ଟ ନେଗେଟିଭ ଆସିବ, ସେମାନେ ହିଁ ରଥଯାତ୍ରାରେ ସାମିଲ ହୋଇପାରିବେ । ୩ ହଜାର ସେବାୟତଙ୍କ କୋଭିଡ଼ ଟେଷ୍ଟ ହେବ । ହଜାରେ ରଥ ନିର୍ମାଣ ସେବକ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଟେଷ୍ଟ ହେବ । ୩ ହଜାର ପୋଲିସଙ୍କର ମଧ୍ୟ କରୋନା ଟେଷ୍ଟ ହେବ । ଏହା ସହ ହଜାରେ ସାମ୍ବାଦିକ ଓ ପ୍ରଶାସନ କର୍ମଚାରୀଙ୍କର ବି କୋଭିଡ଼ ଟେଷ୍ଟ ହେବ । ମୋଟ ୭ଟି କେନ୍ଦ୍ରରେ ୮ ହଜାର ଟେଷ୍ଟ କରିବାକୁ ବ୍ୟବସ୍ଥା ହୋଇଛି । ଏହା ସହ କୋଭିଡ଼ ସେଣ୍ଟରରେ ଅନୁଧ୍ୟାନ କରୁଛନ୍ତି ଖୋଦ୍ ଜିଲ୍ଲାପାଳ ।

Leave A Reply

Your email address will not be published.