ହୋମଗାର୍ଡ ମାନଙ୍କ ପାଇଁ ଖୁସିର ଖବର

0

୨୯.୦୨.୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ଏଣିକି ହୋମଗାର୍ଡ ମାନଙ୍କୁ ଦୈନିକ 500 ଟଙ୍କା ମଜୁରୀ ମିଳିବl ନେଇ ରାଜ୍ୟ ସରକାରଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି ଓଡିଶା ହାଇକୋଟ l ଜଷ୍ଟିସ ବିଶ୍ୱନାଥ କର ଏହି ମାମଲାର ଶୁଣାଣି କରି ସୁପ୍ରିମ କୋଟଙ୍କ ନିର୍ଦେଶ କ୍ରମେ ରାଜ୍ୟକୁ ଏହାର କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଛନ୍ତି l ଆସନ୍ତା ତିନି ମାସ ଭିତରେ ହୋମଗାର୍ଡ ମାନଙ୍କ କ୍ଷେତ୍ରରେ ସପ୍ତମ ବେତନ କମିଶନ ଲାଗୁକରିବାକୁ ବିଚାରପତି ରାୟ ଜଣାଇଛନ୍ତି l ଆବେଦନରେ ଦର୍ଶାଯାଇଥିଲା ଯେ ହୋମଗାର୍ଡ ମାନେ ଅନ୍ୟ କର୍ମଚାରିଙ୍କ ପରି କାର୍ଯ୍ୟ କରୁଛନ୍ତି l
ହେଲେ ପୋଲସ କର୍ମଚାରୀଙ୍କ ପରି ଦରମା ଦିଆଯାଉନାହିଁ l ପୂର୍ବରୁ ହୋମଗାର୍ଡଙ୍କୁ କନେଷ୍ଟବଳଙ୍କ ପରି ଦରମା ଦେବାକୁ 2016 ମସିହାରେ ନିର୍ଦେଶ ଦେଇଥିଲେ l 8ଟି ରାଜ୍ୟ ଏହି ନିର୍ଦେଶକୁ କାର୍ଯ୍ୟକରି କରିଥିବାବେଳେ ଓଡିଶା ଏହାକୁ କାର୍ଯ୍ୟକରି କରିନଥିଲା l ଏଣୁ ହୋମଗାର୍ଡ ସଂଘ ହାଇକୋଟିଙ୍କ ଦ୍ୱାରସ୍ଥ ହୋଇଥିଲେ l

Leave A Reply

Your email address will not be published.