ଆଇଆଇଟି – ଦିଲ୍ଲୀ ନିର୍ମିତ ଟେଷ୍ଟିଙ୍ଗ କିଟକୁ ଆଇସିଏମଆର ମୋହର

0

ବିଶ୍ୱରେ ମହାମାରୀ କରୋନା ଭାଇରସ୍ ତାହାର କାୟା ବିସ୍ତାର କରିବାରେ ଲାଗିଛି l ସେହିପରି ଭାରତରେ ମଧ୍ୟ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l କରୋନା ଭାଇରସ୍ ର ମୁକାବିଲା କରିବା ପାଇଁ ଦିଲ୍ଲୀ ସ୍ଥିତ ଆଇଆଇଟି ପକ୍ଷରୁ କରୋନା ଭାଇରସ୍ ଟେଷ୍ଟିଙ୍ଗ କିଟ୍ ପ୍ରସ୍ତୁତ କରାଯାଇଛି l ଗତ ଜାନୁଆରୀ ମାସ ଠାରୁ କାମ ଆରମ୍ଭ କରି ତିନି ମାସ ମଧ୍ୟରେ ଏହି ଟେଷ୍ଟିଙ୍ଗ କିଟ୍ ପ୍ରସ୍ତୁତ କରାଯାଇଛି l ଆଇଆଇଟି ଦିଲ୍ଲୀର କୁସୁମ ସ୍କୁଲ ଅଫ ବାୟୋଲୋଜିକାଲ ସାଇନ୍ସ ଗବେଷକଙ୍କ ଦ୍ଵାରା ଏହା ପ୍ରସ୍ତୁତ କରାଯାଇଛି l ଆଇ ଆଇ ଟି ଦିଲ୍ଲୀର ପ୍ରଫେସର ଭି ପେରୁମଲ କହିଛନ୍ତି ଯେ ଜାନୁଆରୀ ମାସ ଶେଷ ଆଡକୁ କାମ ଆରମ୍ଭ କରି ତିନି ମାସ ମଧ୍ୟରେ ଆମେ ଏହି କରୋନା ଭାଇରସ ଟେଷ୍ଟିଙ୍ଗ କିଟ୍ ପ୍ରସ୍ତୁତ କରିଛୁ l ଏହା ଗୋଟିଏ ସ୍ୱାବ ଟେଷ୍ଟିଙ୍ଗ କିଟ୍ l ସମସ୍ତ ଟେଷ୍ଟିଙ୍ଗ କିଟ୍ ଠାରୁ ଏହା ଶସ୍ତା ଏବଂ ସୁଲଭ l ଏହି କୋଭିଡ 19 ଟେଷ୍ଟିଙ୍ଗ କିଟକୁ ଗୁରୁବାର ଆଇସିଏମଆର ଅନୁମୋଦନ ମିଳିଛି l ବିଶ୍ଵ ରେ ଏଭଳି ଏକ ପରିସ୍ଥିତି ରେ ଏହି କିଟ୍ ବହୁତ କାର୍ଯ୍ୟକାରୀ ହୋଇପାରିବ ବୋଲି ଆଶା କରାଯାଉଛି l

Leave A Reply

Your email address will not be published.