ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4067 ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 109

0

ଭାରତରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି l ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4067 ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 109 ରେ ପହଁଞ୍ଚିଛି ସେହିପରି 291 ଜଣ ସୁସ୍ଥ ହୋଇଥିବା ଘଟଣା ସମ୍ମୁଖକୁ ଆସୁଛି l

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ 690 ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା 571 ରେ ପହଁଞ୍ଚିଛି l ସେହିପରି ଦିଲ୍ଲୀରେ 503, କେରଳରେ 314, ତେଲେଙ୍ଗାନାରେ 321 ଏବଂ ରାଜସ୍ଥାନରେ 253 ଜଣ ଆକ୍ରାନ୍ତ ହୋଇଛନ୍ତି l ସେହପରି ମହାରାଷ୍ଟ୍ରରେ କରୋନା ମୃତ୍ୟୁ ସଂଖ୍ୟା ସର୍ବଧିକ 45 ଥିବାବେଳେ ଗୁଜୁରାଟରେ 11,ମଧ୍ୟପ୍ରଦେଶରେ 9, ଏବଂ ତାମିଲନାଡ଼ୁରେ 5 ଜଣ ଅଛନ୍ତି l ଅନ୍ୟପକ୍ଷରେ 291 ଜଣ ସୁସ୍ଥ ହୋଇଛନ୍ତି l

Leave A Reply

Your email address will not be published.