ଭାରତରେ କରୋନା ନେଲାଣି 377 ଜଣଙ୍କ ଜୀବନ

0

କେନ୍ଦ୍ର ସ୍ଵାସ୍ଥ୍ଯ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ l ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 11739 ଥିବା ବେଳେ 377 ଜଣଙ୍କ ମୃତ୍ୟୁ ଘଟିଛି l ସେହିପରି 1305 ଜଣ ସୁସ୍ଥ ହୋଇଛନ୍ତି l

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ ଦେଶରେ 11739 ଜଣ ଆକ୍ରାନ୍ତ ବେଳେ ମହାରାଷ୍ଟ୍ରରେ ସର୍ବାଧିକ 2687 ଜଣ ଆକ୍ରାନ୍ତ ହୋଇଥିବା ବେଳେ ଦିଲ୍ଲୀରେ 1561, ତାମିଲନାଡ଼ୁରେ 1204, ମଧ୍ୟ ପ୍ରଦେଶ ରେ 780, ରାଜସ୍ଥାନ ରେ 964, ତେଲେଙ୍ଗାନା ରେ 624, ଉତ୍ତରପ୍ରଦେଶ ରେ 660, କେରଳରେ 387 ଜଣ ଆକ୍ରାନ୍ତ ହୋଇଥିବା ବେଳେ ସର୍ବ ଭାରତୀୟ ରିପୋର୍ଟ ଅନୁସାରେ ଭାରତରେ 377 ଜଣଙ୍କ କରୋନା ଜନିତ ମୃତ୍ୟୁ ଘଟିଛି l ଏହାରି ଭିତରେ ମହାରାଷ୍ଟ୍ର ରେ 178, ମଧ୍ୟପ୍ରଦେଶ ରେ 50, ତେଲେଙ୍ଗାନା ରେ 17, ତାମିଲନାଡ଼ୁରେ 12, ଦିଲ୍ଲୀରେ 30, କର୍ଣ୍ଣାଟକରେ 10, ଗୁଜୁରାଟରେ 28 ଜଣ ମୃତ୍ୟୁବରଣ କରିଥିବାବଳେ ସମଗ୍ର ଭାରତରେ 1305 ଜଣ ସୁସ୍ଥ ହୋଇଛନ୍ତି l ମହାରାଷ୍ଟ୍ର ରାଜ୍ୟରେ 259, କେରଳରେ 211, ମଧ୍ୟପ୍ରଦେଶରେ 51, ଉତ୍ତରପ୍ରଦେଶ ରେ 50, ପଶ୍ଚିମ ବଙ୍ଗ ରେ 37, ତେଲେଙ୍ଗାନା ରେ 100, କର୍ଣ୍ଣାଟକରେ 71,ଦିଲ୍ଲୀରେ 30 ଏବଂ ବିହାରରେ 29 ଜଣ ସୁସ୍ଥ ହୋଇଛନ୍ତି l

Leave A Reply

Your email address will not be published.