UNSCର ସ୍ଥାୟୀ ସଦସ୍ୟ ହେବ ଭାରତ

0

ଭାରତ ୟୁଏନଏସସିର ସ୍ଥାୟୀ ସଦସ୍ୟ ହୋଇପାରେ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି)ର ସ୍ଥାୟୀ ଓ ଅସ୍ଥାୟୀ ରାଷ୍ଟ୍ରମାନଙ୍କ ସଂଖ୍ୟା ବୃଦ୍ଧି ନେଇ ଆମେରିକା ସହମତ ହୋଇଛି । ୟୁଏନଏସିରେ ସୁଧାର ପାଇଁ ପୂର୍ବରୁ ଭାରତ ପକ୍ଷରୁ ଆମେରିକା ସହିତ ଆଲୋଚନା କରାଯାଇଥିଲା । ଅଗଷ୍ଟ ମାସରେ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଆମେରିକା ୟୁଏନଏସସିରେ ଭାରତ ସହ କାର୍ଯ୍ୟ କରିବାକୁ ଆଗ୍ରହୀ ରହିଥିବା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ।

ଏନେଇ ଆମେରିକା ପକ୍ଷରୁ କୁହାଯାଇଛି ଯେ, ଜାତିସଂଘର ସୁରକ୍ଷା ପରିଷଦରେ ସୁଧାର ଆଣିବା ଦରକାର । ଆମେରିକା ଭାରତ ସହ କାର୍ଯ୍ୟ କରିବା ନେଇ ଉତ୍ସାହୀ ରହିଛି । ଉଭୟ ଭାରତ ଓ ଆମେରିକା ବହୁତ ନିକଟତର ହେବା ଫଳରେ ରଣନୀତି ଓ ବୁଝାମଣା ନେଇ ଏକତ୍ର କାର୍ଯ୍ୟ କରିପାରିବେ ବୋଲି କୁହାଯାଇଛି । ସୁରକ୍ଷା ପରିଷଦର ସୁଧାର ପାଇଁ ଦୀର୍ଘବର୍ଷରୁ ଭାରତ ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇ ଆସୁଛି । ବର୍ତ୍ତମାନ ସୁରକ୍ଷା ପରିଷଦରେ ୫ ଜଣ ସ୍ଥାୟୀ ରାଷ୍ଟ୍ର ଭାବେ ଆମେରିକା, ବ୍ରିଟେନ, ରୁଷ, ଚୀନ ଓ ଫ୍ରାନ୍ସ ରହିଛନ୍ତି । ଏହାଛଡ଼ା ୧୦ ଜଣ ଅସ୍ଥାୟୀ ରାଷ୍ଟ୍ର ସଦସ୍ୟ ରହିଛନ୍ତି । ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ନେଇ ପୂର୍ବରୁ ପ୍ରସ୍ତାବ ଆଗତ ହୋଇଆସୁଛି । ତେବେ ଯେ କୌଣସି ପ୍ରସ୍ତାବକୁ ନିଜ ଭିଟୋ କ୍ଷମତା ବଳରେ ନାକଚ କରିବାର କ୍ଷମତା ସମସ୍ତ ସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କର ରହିଥାଏ ।

Leave A Reply

Your email address will not be published.