ଅନଲାଇନ୍ ଟିକେଟ୍ ବୁକିଂ କରୁଥିଲେ ଧ୍ୟାନ୍ ଦିଅନ୍ତୁ

0

ଯଦି ଆପଣ ଅଧିକ ସମୟ ଧରି ଟ୍ରେନ୍ ଟିକେଟ୍ ବୁକିଂ କରିନାହାନ୍ତି, ତେବେ IRCTCର ନୂଆ ନିୟମ ବିଷୟରେ ଜାଣିରଖନ୍ତୁ । IRCTC ପକ୍ଷରୁ ଅନଲାଇନ୍ ଟିକେଟକୁ ନେଇ କିଛି ନୂଆ ନିୟମ ଲାଗୁ ହୋଇଛି । IRCTC ତରଫରୁ ଯାତ୍ରୀଙ୍କୁ କୁହାଯାଇଛି ଯେ, ସେମାନେ ନିଜର ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ ଯେଉଁଥିରେ ଇ-ମେଲ୍ ଆଇଡି ଓ ମୋବାଇଲ ନମ୍ବର ବି ସାମିଲ ରହିଛି ।

ଭେରିଫିକେନର ଏହି ପ୍ରକ୍ରିୟା ଶେଷ ହେବା ପରେ ଯାତ୍ରୀଙ୍କ ଅନଲାଇନ୍ ଟିକେଟ୍ ବୁକି ହୋଇପାରିବ । ଏହି ପ୍ରକ୍ରିୟା ଅତି ସହଜ ହେବା ସହ ଅତି କମ୍ ସମୟ ମଧ୍ୟରେ ହୋଇଯିବ । ଆପଣ ଘରେ ବସି ମଧ୍ୟ ଏହାକୁ କରିପାରିବେ ।

ତେବେ ଟ୍ରେନରେ ଅନଲାଇନ୍ ଟିକେଟ୍ ବୁକ୍ କରିବା ପାଇଁ ଆପଣଙ୍କୁ IRCTCର ୱେବସାଇଟକୁ ଯିବାକୁ ପଡିବ । ଟିକେଟ୍ ଅନଲାଇନ୍ ବୁକ୍ କରିବା ପୂର୍ବରୁ, ଯାତ୍ରୀଙ୍କୁ ପୋର୍ଟାଲରେ ଏକ ଲଗ-ଇନ୍ ଆଇଡି ଓ ପାସୱାର୍ଡ ଦେବାକୁ ପଡିବ । ଏଥିପାଇଁ ଲଗ-ଇନ୍, ପାସୱାର୍ଡ କରିବାକୁ ଯାତ୍ରୀଙ୍କୁ ନିଜର ପଞ୍ଜିକୃତ ଇ-ମେଲ୍ ଓ ଫୋନ୍ ନମ୍ବର ଦେବାକୁ ପଡିବ । ୨ଟି ଯାକ ଯାଞ୍ଚ ହେବା ପରେ କୌଣସି ବି ବ୍ୟକ୍ତି ସହଜରେ ଟିକେଟ୍ ବୁକିଂ କରିପାରିବେ ।

Leave A Reply

Your email address will not be published.