‘ବେଲବଟମ୍’ ରେ ଇନ୍ଦିରା ଗାନ୍ଧୀ

0

ମଙ୍ଗଳବାର ଦିନ ଅକ୍ଷୟ କୁମାରଙ୍କ ଅଭିନୀତ ‘ବେଲବଟମ୍’ର ଟ୍ରେଲର ଆସିବା ପରଠାରୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଲାରା ଦତ୍ତା ଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ପୁରା ଦେଖା ଯାଉଛନ୍ତି ବୋଲି କହିଥିଲେ | ଲାରା ଦତ୍ତା ଙ୍କ ମେକଅପ୍, ଭାଷା କହିବାର ଢଙ୍ଗ , ବଡି ଲାଙ୍ଗୁଏଜ,ମେକଅପ୍, ସବୁକିଛି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମନେପକାଇ ଦେଉଥିଲା | 46 ବର୍ଷିୟ ଲାରା ଦତ୍ତଙ୍କ ଇନ୍ଦିରା ଗାନ୍ଧୀ ଲୁକ୍ ଏହି ଚଳଚ୍ଚିତ୍ରରେ ପ୍ରଶଂସକଙ୍କ ଆଗ୍ରହ ଦୁଇ ଗୁଣିତ କରିଛି | ଟ୍ରେଲର ରିଲିଜ୍ ହେବାର କିଛି ସମୟ ପରେ, ଲାରା ଦତ୍ତା ଙ୍କ ଟ୍ୱିଟର ଆକାଉଣ୍ଟ ରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା | ଅନେକ ପ୍ରଶଂସକ ଅନେକ ମନ୍ତବ୍ୟ ଦେଇଥିଲେ |

‘ବେଲବଟମ୍’ ଚଳଚିତ୍ରଟି 1984 ରେ ଏକ ଗୁପ୍ତଚର ମିଶନ ଉପରେ ଆଧାରିତ | ଅକ୍ଷୟ କୁମାରଙ୍କ ଅଭିନୀତ ‘ବେଲବଟମ୍’ ଅଗଷ୍ଟ 19 ରେ ବଡ ପରଦା ରେ 2D ଏବଂ 3D ଫର୍ମାଟରେ ରିଲିଜ୍ ହେବାକୁ ଯାଉଛି |

Leave A Reply

Your email address will not be published.