ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ଜାପାନ ପ୍ରଧାନମନ୍ତ୍ରୀ

0

କରୋନା ଭାଇରସ୍ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି l ଜାପାନ ରେ ସଂକ୍ରମିତ ଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଜାପାନ ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବୋ l ଜାପାନ ରାଜଧାନୀ ଟୋକିଓ ରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା l ଟୋକିଓ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା 1000 ଟପିଯାଇଥିବା ବେଳେ ସରକାରଙ୍କ ଉପରେ ବିଭିନ୍ନ ଦିଗ ପକ୍ଷରୁ ଚାପ ବଢୁଥିଲା l ଜାପାନ ଜନସାଧାରଣ ଙ୍କ ସୁରକ୍ଷା ଦୃଷ୍ଟିରୁ ଜାପାନ ପ୍ରଧାନମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି l ଗତକାଲି ସେ ଜାପାନ ରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିବା ନେଇ ସୂଚନା ଦେଇଥିବା ବେଳେ ଆଜି ତାହା ଲାଗୁ କରାଯାଇଛି l ଚୀନ, ଆମେରିକା, ୟୁରୋପ ଦେଶ ତୁଳନାରେ ସଙ୍କ୍ରମିତ ଙ୍କ ସଂଖ୍ୟା କମ ଅଛି l ତଥାପି ଜାପାନ ସରକାର କଠୋର ପଦକ୍ଷେପ ନେଇଛନ୍ତି l ଜାପାନ ସରକାରଙ୍କର ଏଭଳି ପଦକ୍ଷେପ କୁ ଜାପାନବସି ସ୍ୱାଗତ କରିଛନ୍ତି l

Leave A Reply

Your email address will not be published.