ଇସ୍ତଫା ଦେଲେ ରବି ଶଙ୍କର ଓ ଜାଭଡେକର

0

ନରେନ୍ଦ୍ର ମୋଦୀ ସରକାରଙ୍କ ପକ୍ଷରୁ ହେଉଥିବା କ୍ୟାବିନେଟ୍ ସଂପ୍ରସାରଣ ବର୍ତ୍ତମାନ ବିଶାଳ ଆକାର ଧାରଣ କରିବାକୁ ଯାଉଛି । ପୂର୍ବରୁ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଆଇନ ଓ ଆଇଟି ମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏହି ତାଲିକାରେ ସାମିଲ ହୋଇଛନ୍ତି । କ୍ୟାବିନେଟ ସଂପ୍ରସାରଣକୁ ମାତ୍ର କିଛି ଘଣ୍ଟା ରହିଥିବା ବେଳେ ଆଇନ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ସୁଚନା ଓ ପ୍ରସାରଣ, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରକାଶ ଜାଭାଡେକର ମଧ୍ୟ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ଏହା ସହିତ କ୍ୟାବିନେଟ ସଂପ୍ରସାରଣରେ ଇସ୍ତଫା ଦେଇଥିବା ସମୁଦାୟ ମନ୍ତ୍ରୀଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି । ପୂର୍ବରୁ ବରିଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ମଧ୍ୟ ଇସ୍ତଫା ପ୍ରଦାନ କରିଥିଲେ ।

Leave A Reply

Your email address will not be published.