ସବୁଠୁ ଶସ୍ତା 5G ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି Jio, ଦାମ୍ ୩୦୦୦ରୁ ବି କମ୍

0

ସବୁଠୁ ଶସ୍ତା ୫ଜି ମୋବାଇଲ ଲଞ୍ଚ କରିବାକୁ ଯାଉଛି ରିଲାଏନ୍ସ ଜିଓ। ରିପୋର୍ଟ ମୁତାବକ, ଜୁନ୍ ୨୪ ରେ ରିଲାଏନ୍ସର ୪୪ ତମ Reliance AGM 2021 ଆୟୋଜିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ କମ୍ପାନୀ ନିଜର ପ୍ରଥମ ୫ଜି ସ୍ମାର୍ଟଫୋନ ଲଞ୍ଚ କରିବ।

Reliance AGM 2021 ଭର୍ଚୁଆଲି ଆୟୋଜିତ ହେବ। ଏହାର ଲାଇଭ ଷ୍ଟ୍ରିମିଙ୍ଗ କମ୍ପାନୀର ୟୁଟ୍ୟୁବରେ ଦେଖିବାକୁ ମିଳିବ। ମାତ୍ର ଏବେ ଯାଏଁ ଏନେଇ କମ୍ପାନୀ ତରଫରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ। ତେବେ କୁହାଯାଉଛି ଯେ ମିଟିଂରେ କମ୍ପାନୀ ନିଜର ପ୍ରଥମ ତଥା ଶସ୍ତା ୫ଜି ଫୋନ ‘jiophone 5G’ ଲଞ୍ଚ କରିବ। ଏଥିସହ ଅନ୍ୟ କିଛି ଡିଭାଇସ ଉପରୁ ବି ପରଦା ଉଠିବ।

ରିପୋର୍ଟ ମୁତାବକ, ଜିଓର ଏହି 5G ଫୋନର ଦାମ୍ ୨୫୦୦ ଟଙ୍କା ରଖାଯାଇଛି। କିନ୍ତୁ ବର୍ତ୍ତମାନ ସମୟରେ ମାର୍କେଟରେ ଉପଲବ୍ଧ ଥିବା ସବୁଠୁ ଶସ୍ତା 5G ଫୋନର ଦାମ୍ ରହିଛି ୧୩,୯୯୯ ଟଙ୍କା।

Leave A Reply

Your email address will not be published.