ଟିକା ହେଉଛି ମାରାତ୍ମକ, ସ୍ନାୟୁଗତ ସମସ୍ୟା ସୃଷ୍ଟି କରୁଛି

0

ମହାମାରୀ କରୋନା ପାଇଁ ବିଶ୍ଵ ହନ୍ତସନ୍ତ ହେଉଛି। ଏହାର ମୂଳୋତ୍ପାଟନ ପାଇଁ ଗବେଷକମାନେ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଏହା ମଧ୍ୟରେ ବିଭିନ୍ନ ଦେଶ ପକ୍ଷରୁ ଟିକା ସବୁ ସୃଷ୍ଟି କରାଯାଇଛି ଏବଂ ଟିକାକରଣ ହିଁ କୋଭିଡ୍‌ରୁ କିଛିଟା ସୁରକ୍ଷା ଯୋଗାଉଛି ବୋଲି ମତ ପ୍ରକାଶ ପାଉଛି। ତେବେ ଟିକାକୁ ନେଇ ମଧ୍ୟ ବିଭିନ୍ନ ମତ ପ୍ରକାଶ ପାଉଛି। ଏପରିକି ଟିକା ନେଲେ ମାରାତ୍ମକ ଜଟିଳ ରୋଗର ଶିକାର ହେବାକୁ ପଡ଼ିପାରେ ବୋଲି ଗବେଷକମାନେ ହିଁ କହୁଛନ୍ତି। ଏଭଳି ଏକ ତଥ୍ୟ ଆମେରିକାରୁ ପ୍ରକାଶ ପାଇଛି।

ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ପକ୍ଷରୁ କୁହାଯାଇଛି ଯେ ଜନସନ ଆଣ୍ଡ ଜନସନ୍‌ ଟିକା ନେଲେ ଏଭଳି ଜଟିଳ ସ୍ନାୟୁଗତ ସମସ୍ୟା ସୃଷ୍ଟି ହୋଇପାରେ। ପକ୍ଷାଘାତର ଶିକାର ହୋଇପାରନ୍ତି ମଣିଷ। ଏଫଡିଏ ପକ୍ଷରୁ ଆହୁରି କୁହାଯାଇଛି ଯେ ମଡର୍ଣ୍ଣା ଏବଂ ଫାଇଜର-ବାୟୋଟେକ୍ ଟିକାରେ ସେଭଳି ସମସ୍ୟା ନଥିବାବେଳେ କେବଳ ଜନସନ୍ ଆଣ୍ଡ ଜନସନ୍‌ରେ ବହୁତ ସମସ୍ୟା ରହିଛି।  ଟିକା ନେବାର ୪୨ ଦିନ ମଧ୍ୟରେ ଗୁଇଲେନ୍-ବାରେ ସିଣ୍ଡ୍ରୋମ ବା ସ୍ନାୟୁଗତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ମାଂସପେଶୀର ଦୁର୍ବଳତା ସୃଷ୍ଟି କରୁଛି ବୋଲି ଆମେରିକା ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

Leave A Reply

Your email address will not be published.