କଳାହାଣ୍ଡିରେ 5T ସଚିବ

0

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବାହୁତ ପଦକ୍ଷେପ ମାନ ଗ୍ରହଣ କରାଯାଉଛି l ଏହାରି ଭିତରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବାକୁ ଯାଇ ସାରା ରାଜ୍ୟର 30 ଗୋଟି ଜିଲ୍ଲାରେ 35 ଟି କୋଭିଡ 19 ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି l କୋଭିଡ 19 ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଫଳରେ କରୋନା ଆକ୍ରାନ୍ତ ଚିକିସତ୍ିତ ହୋଇପାରିବେ l

କଳାହାଣ୍ଡି ଜିଲ୍ଲାରେ ଦୁଇ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲେ l ଭବାନୀପାଟଣା ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ ରେ 200 ଶଯ୍ୟା ବିଶିଷ୍ଟ କୋଭିଡ 19 ହସ୍ପିଟାଲ ପ୍ରସ୍ତୁତି ଚାଲିଛି l ଯାହାର ସମୀକ୍ଷା କରିବା ପାଇଁ ଆଜି 5T ସଚିବ ଭି କେ ପାଣ୍ଡିଆନ୍ ଏବଂ ନଗର ଉନ୍ନୟନ କମିଶନର ସୁରେଶ୍ ମହାପାତ୍ର ଯାଇଥିଲେ l କଳାହାଣ୍ଡି ର ଉତକେଲା ବିମାନ ବନ୍ଦର ରେ ଓହ୍ଲାଇଥିଲେ l ଭବାନୀପାଟଣା ସ୍ଥିତ ଥିବା ସରକାରୀ ଇଞ୍ଜିନିୟରିଂ କଲେଜ ଗସ୍ତ କରିଥିଲେ l ସେଠାରେ ହେବାକୁ ଥିବା 200 ଶଯ୍ୟା ବିଶିଷ୍ଟ କୋଭିଡ 19 ହସ୍ପିଟାଲ କୁ ବୁଲି ସ୍ଥିତି ପରଖିଥିଲେ l ତତ୍ ସହିତ କଳାହାଣ୍ଡି ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ l

Leave A Reply

Your email address will not be published.