କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

0

୧୪.੦୩.୨੦୨੦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : କରୋନା ଭାଇରସ  ସାରା ବିଶ୍ୱରେ ଆତଙ୍କ ଖେଳାଇବାରେ ଲାଗିଛି I ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ବିଶ୍ୱ ମହାମାରୀ ଘୋଷଣା କଲା ପରେ ସାରା ବିଶ୍ୱରେ ଏକ ପ୍ରକାରର ପ୍ରତିକାର ମୂଳକ ପଦକ୍ଷେପ ଦେଖାଦେଇଛି l ଓଡ଼ିଶାରେ କରୋନାର ପ୍ରଭାବ ଏତେ ମାତ୍ରାରେ ନଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି l ଶୁକ୍ରବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତି ରଖି କହିଛନ୍ତି ଯେ ରାଜ୍ୟ କ୍ୟାବିନେଟ ବୈଠକର ନିଷ୍ପତି କ୍ରମେ କରୋନାକୁ ରାଜ୍ୟ ବିପର୍ଯୟ ଘୋଷଣା କରାଯିବା ସହ ସରକାରଙ୍କ ତରଫରୁ 200 କୋଟି ଟଙ୍କାର ପାଣ୍ଠି ବ୍ୟବସ୍ତା କରାଯାଇଛି I

ଚଳିତ ମାସ 31 ଯାଏଁ ସ୍କୁଲ,କଲେଜ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି lଏହା ସହିତ ସୁଇମିଙ୍ଗ ପୁଲ , ସିନେମା ହଲ ଜିମକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି l ସାମାଜିକ କାର୍ଯ୍ୟକ୍ରମ , ସଭାସମିତି ଉପରେ ମଧ୍ୟ କଟକଣା ଲଗାଯାଇଛି I କରୋନା ସଂକ୍ରମଣକୁ ରୋକିବାପାଇଁ ସ୍ୱାସ୍ଥ୍ୟ ବିଭାଗ , ଜିଲ୍ଲାପାଳ , ପୌରପାଳିକାର ମୁଖ୍ୟ ମାନଙ୍କୁ ଆବଶ୍ୟକୀୟ ଔଷଧ ,ଉପକରଣ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଗୁଡିକ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦିଆଯାଇଛି I ଏଥିସହିତ କରୋନା ମୁକାବିଲା ପାଇଁ ସାଢେ ଚାରିକୋଟି ଲୋକଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ l ଏବଂ ବିଧାୟକମାନେ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ସଚେତନ କରାଇବେ, ପାନ ଛେପ ନପକାଇବା , ପରିସ୍କାର ପାରିଛନ୍ନ ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି l ସେହିପରି ଅପପ୍ରଚାର , ଭୁଲ ସୂଚନା ଓ ଦାୟିତ୍ବହୀନ କାମକୁ ଅତି ଗମ୍ଭୀର ଭାବରେ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି I

 

Leave A Reply

Your email address will not be published.