ଜିମ୍ ଯିବା ପୂର୍ବରୁ ଏହି ଦିଗପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍…

0

ଓଜନ କମ୍ କରିବାକୁ ହେଉ ବା ଶରୀରକୁ ଫିଟ୍ ରଖିବାକୁ ଲୋକମାନେ ଜିମ ଯାଇ ୱାର୍କଆଉଟ୍ କରିବାକୁ ପଛାନ୍ତି ନାହିିଁ । ଯଦି ଆପଣ ବି ଜିମ ଯିବାକୁ ଚାହୁଁଛନ୍ତି, ତେବେ ଥରେ ନିଜର ମେଡିକାଲ କଣ୍ଡିସନ ଉପରେ ଧ୍ୟାନ ଦିଅନ୍ତୁ । ଯଦି ଆପଣ ଶାରୀରିକ ଭାବ ଫିଟ୍ ଅଛନ୍ତି, ତେବେ ଜିମ୍ ଯିବାକୁ ଚିନ୍ତା କରନ୍ତୁ । ଜିମ ଯିବା ପୂର୍ବରୁ ଆପଣ ଥରେ ଡାକ୍ତରଙ୍କ ସହି ପରାମର୍ଶ ନିଅନ୍ତୁ । ଯାହାଦ୍ୱାରା ଜିମ୍ ଯିବାଦ୍ୱାରା ଆପଣଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡ଼ିବ ନାହିଁ ।

ଜିମରେ ଯୋଗଦେବେ ପୂର୍ବରୁ ପ୍ରଥମେ ନିଜର ସ୍ୱାସ୍ଥ୍ୟବସ୍ଥା ବିଷୟରେ ନିଜ ଟ୍ରେନରଙ୍କୁ କୁହ । ଏହା ସହ ସେହି ବ୍ୟାୟାମଗୁଡିକୁ ପ୍ରାଥମିକତା ଦିଅନ୍ତୁ, ଯାହାଦ୍ୱାରା ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ । ଏହି ସମୟରେ ଆପଣଙ୍କ ଷ୍ଟାମିନା ବହୁତ କମ୍ ହେବ, ତେଣୁ ତୁରନ୍ତ ଭାରୀ ବ୍ୟାୟାମ କରିବା ଠାରୁ ଦୂରେଇ ରୁହ । ବ୍ୟାୟାମ କରିବା ପୂର୍ବରୁ ବ୍ଲଡ ପ୍ରେସର, ପଲ୍ସ ରେଟ ଓ ହାର୍ଟ ରେଟକୁ ଯାଞ୍ଚ କରିବା ଉଚିତ୍ ।

ଏହା ସହ ଗୁଡ୍ ଟ୍ରେନର, ସଠିକ୍ ଜିମ୍ ଓ ବାଲାନ୍ସ ଡାଇଟ୍ ଉପରେ ଗୁରୁତ୍ୱ ଦେବାକୁ ପଡିବ । ଜିମ ଯାଉଥିଲେ କମ୍ଫଟେବଲ ଡ୍ରେସ ପିନ୍ଧି ଯାଆନ୍ତୁ । ୱାର୍କଆଉଟ କରୁଥିବା ସମୟରେ ଫୋନ୍ ବନ୍ଦ କରିବା ଉଚିତ୍ । କାରଣ ମୋବାଇଲ ଦ୍ୱାରା ଆପଣଙ୍କ ଧ୍ୟାନ ଭଙ୍ଗ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.