ହ୍ୱାଟ୍ସ ଆପ୍ ଜରିଆରେ ପଢିବେ ପିଲା

0

କରୋନା ଭାୟାବହକୁ ଦୃଷ୍ଟି ରେ ରଖି ପ୍ରଧାନମନ୍ତ୍ରୀ ସାରା ଭାରତ ବର୍ଷ କୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି l ତେଣୁ ଅର୍ଥନୈତିକ, ବାଣିଜ୍ଯ, ଶିକ୍ଷା ବିଶେଷ ଭାବରେ ପ୍ରଭାବିତ ହୋଇଛି l ପିଲାଙ୍କୁ ଏହି ଅବଧି ମଧ୍ୟରେ ପଢାଇବା ପାଇଁ ଏକ ନୂତନ ପନ୍ଥା ଆପଣାଯାଇଛି l ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଆଗୁଆ ପଦକ୍ଷେପ ନେଇଛନ୍ତି l

ଲକ୍ ଡାଉନ୍ ଅବଧି ମଧ୍ୟରେ ପିଲାମାନଙ୍କୁ ହ୍ଵାଟ୍ସ ଆପ୍ ଜରିଆରେ ପଢାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦେଶ ଦେଇଛନ୍ତି l ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର ଆଜି ସମସ୍ତ ବ୍ଲକ୍ ଶିକ୍ଷାଧିକାରୀ, ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି l ଏକ ହ୍ୱାଟ୍ସ ଆପରେ ଶିକ୍ଷା ସଂଯୋଗ ରୂପ ତିଆରି କରି ପିଲାମାନଙ୍କୁ ପାଠପଢ଼ାଇବା ପାଇଁ ନିର୍ଦେଶ ଦେଇଛନ୍ତି l

ପ୍ରଧାନ ଶିକ୍ଷକ ମାନେ ଶ୍ରେଣୀ ଅନୁସାରେ ଗ୍ରୁପ ଗଢ଼ିବା ପାଇଁ 10 ଟି ବ୍ଲକ୍ ଓ ୟୁ ଏଲ୍ ବି କୁ ପରାମର୍ଶ ଦିଆଯାଇଛି l ଏହାକୁ ବାଦ୍ ଦେଇ ଛାତ୍ର ଛାତ୍ରୀ ମାନେ ମଧ୍ୟ ମୋବାଇଲ୍ ଆପ୍ ମାଧ୍ୟମରେ ପଢିପାରିବେ l ମୋବାଇଲ୍ ପ୍ଲେ ଷ୍ଟୋର ରୁ ଉଜ୍ଜ୍ଵଳ, ଉତ୍ଥାନ ଆପ୍ ଡାଉନଲୋଡ୍ କରି ପିଲାମାନେ ପୁସ୍ତକ ପାଇପାରିବେ l ଏହା ସହ ଦୀକ୍ଷା ଆପ୍ ଡାଉନଲୋଡ୍ କରି ପିଲାମାନେ ପୁସ୍ତକ ମଧ୍ୟ ପାଇପାରିବେ l

Leave A Reply

Your email address will not be published.