ଇଣ୍ଟରନେଟରେ ନିଆଁ ଲଗାଇଲେ କ୍ରିଷ୍ଣା ଶ୍ରଫ୍

0

ଜ୍ୟାକି ଶ୍ରଫ୍ ଏବଂ ଆୟେଶା ଶ୍ରଫ୍ ଙ୍କ ଝିଅ ତଥା ଟାଇଗର ଶ୍ରଫ୍ ଙ୍କ ଭଉଣୀ ହେଉଛନ୍ତି କ୍ରିଷ୍ଣା ଶ୍ରଫ୍ | ନିକଟରେ କ୍ରିଷ୍ଣା ଶ୍ରଫ୍ ରଶି ସୁଦଙ୍କ ପଞ୍ଜାବୀ ଗୀତ ‘କିନ୍ନି କିନ୍ନି ଭାରୀ’ ଗୀତ ରେ ଅଭିନୟ କରିଛନ୍ତି | କ୍ରିଷ୍ଣା ଶ୍ରଫ୍ ନିଜ ବିକିନି ପିନ୍ଧା ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ଇଣ୍ଟରନେଟରେ ଫୋଟୋ ଗୁଡିକ ନିଆଁ ଲଗାଇଛି |

ଫଟୋ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଟାଇଗର ଶ୍ରଫ୍ “ୱାଓ” ମନ୍ତବ୍ୟ ଦେଇଛନ୍ତି | ଜ୍ୟାକି ଶ୍ରଫ୍ ମନ୍ତବ୍ୟ ବିଭାଗରେ ଏକ heart emoji ପକାଇଥିବାବେଳେ, ଆୟେଶା ଶ୍ରଫ୍ ମନ୍ତବ୍ୟ ଦେଇଛନ୍ତି, “ଏହା କିଏ ????” ସହିତ fire ଏବଂ heart emoji ଦେଇଛନ୍ତି | ସେହିଭଳି ଦିଶା ପଟାନି, ଅମୃତା ଆରୋରା, ଆଥିଆ ଶେଟ୍ଟୀ, ଦୀପଶିଖା ନାଗପାଲ ଏବଂ ଅନ୍ୟମାନେ ମନ୍ତବ୍ୟ ବିଭାଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି | ଫୋଟୋ ରେ ସେ ଚମଡା ପ୍ୟାଣ୍ଟ ପିନ୍ଧିଛନ୍ତି, ଯାହାର ଜିପ୍ ତାଙ୍କ ସେକ୍ସି ଟାଟୁର ଏକ ଅଂଶ ପ୍ରକାଶ କରିବାକୁ ଅଧା ଖୋଲା ଅଛି | କ୍ରିଷ୍ଣା ଶ୍ରଫ୍ ଏବେ ମାତ୍ର 28 ବର୍ଷରେ ପାଦ ଦେଇ ଛନ୍ତି | ତାଙ୍କ ଭାଇ ଏବଂ ପିତାଙ୍କ ପରି କ୍ରିଷ୍ଣା ବଲିଉଡରେ ପ୍ରବେଶ କରିବାକୁ ଯୋଜନା କରୁନାହାଁନ୍ତି, ତଥାପି ତାଙ୍କର ନୂତନ ଅବତାରକୁ ତାଙ୍କ ପ୍ରଶଂସକମାନେ ଭଲ ପାଉଛନ୍ତି ବା ଅଧିକ ପରିମାଣ ରେ ପ୍ରଶଂସା କରୁଛନ୍ତି | MMA Matrix ନାମ ରେ କ୍ରିଷ୍ଣା ଙ୍କର ମୁମ୍ବାଇରେ ଏକ ଫିଟନେସ୍ ସେଣ୍ଟର ରହିଛି |

Leave A Reply

Your email address will not be published.