ରାଜ୍ୟରେ ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍ ଜାରି

0

ରାଜ୍ୟ ପାଇଁ ନୂଆ ଗାଇଡଲାଇନ୍ ଘୋଷଣା କଲେ ମୁଖ୍ୟ ସଚିବ। ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍ ନେଇ ସରକାରଙ୍କ ନିଷ୍ପତ୍ତି । ପରିସ୍ଥିତି ଏଯାଏଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ତେଣୁ ଆଂଶିକ ଲକଡାଉନର ଅବଧିକୁ ବଢାଇଲେ ରାଜ୍ଯ ସରକାର।

ଜାଣନ୍ତୁ କେଉଁ ନିୟମ ହେଲା କୋହଳ ଆଉ କେଉଁ ନିୟମ ହେଲା ଲାଗୁ:

  • କାଟେଗୋରୀ ଏରେ ୨୦ ଓ ବି ରେ ୧୦ ଜିଲ୍ଲା ପୂର୍ବ ପରି ରହିବ।
  • କାଟେଗୋରୀ ଏ ରେ ରାତି ୮ଟା ଯାଏଁ ଖୋଲିବ ଦୋକାନ।
  • କାଟେଗୋରୀ ବିରେ ସଂଧ୍ୟା ୫ଟା ଯାଏ ଖୋଲିବ ଦୋକାନ।
  • କ୍ୟାଟେଗୋରୀ ‘ବି’ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ପୂର୍ବ ପରି ଜାରି ରହିବ ।
  • ସମଗ୍ର ରାଜ୍ଯରେ ଜିମ୍, ପାର୍ଲର, ସ୍ପା ଖୋଲିବାକୁ ଅନୁମତି ।
  • ସମଗ୍ର ରାଜ୍ଯରେ ବସ୍ ସେବାକୁ ଅନୁମତି।
  • କେବଳ ସିଟ୍‌ ଅନୁସାରେ ଲୋକ ବସିବେ।
  • ରଥଯାତ୍ରା ପାଇଁ ଜୁଲାଇ ୨୫ ଯାଏ କେବଳ ପୁରୀକୁ ବସ୍ ସେବା ବନ୍ଦ ।
  • ଅଟୋ ଏବଂ ଟ୍ୟାକ୍ସିରେ ଦୁଇ ଜଣରୁ ଅଧିକ ବ୍ୟକ୍ତି ଯାଇ ପାରିବେ ନାହିଁ ।
  • ବିନା ଦର୍ଶକରେ ଆଉଟ୍‌ଡୋର ଖେଳକୁ ଅନୁମତି।
  • ପୂର୍ବ ଭଳି ହୋଟେଲ ଓ ରେଷ୍ଟୁରାଣ୍ଟରେ କେବଳ ପାର୍ସଲ ପାଇଁ ଅନୁମତି।

Leave A Reply

Your email address will not be published.