ଲକଡାଉନର ସ୍ଥିତି ତଦାରଖ କରିବା ପାଇଁ ଗଠନ ହେଲା 6ଟି କେନ୍ଦ୍ରୀୟ ଟିମ୍

0

ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି l ସେଥିପାଇଁ କେନ୍ଦ୍ର ସରକାର ଲକ୍ ଡାଉନ୍ ସମୟ ସୀମାକୁ ବଢାଇ ଦେଇଥିଲେ l ସେହିପରି ଭବରେ ଆଇନ୍ ଉଲଂଘନକରି ଙ୍କ କାରନାମା ମଧ୍ୟ ବଢି ବଢି ଚାଲିଛି l ଏହି ଲକ୍ ଡାଉନ୍ ସମୟ ମଧ୍ୟ ରେ ଦେଖିବାକୁ ମିଳିଛି କିଛି ଅଭାବନୀୟ ଘଟଣା l କେଉଁଠି ଲୋକମାନେ ସୋସିଆଲ ଡିଷ୍ଟାନ୍ସ ରଖୁ ନଥିବା ବେଳେ ଆଉ କେଉଁଠି ସ୍ଵସ୍ଥ୍ଯ କର୍ମୀ ମାନଙ୍କ ଉପରେ ଆକ୍ରମଣ କରାଯାଉଛି l ଆଉ କେଉଁଠି ଅନ୍ୟାନ୍ୟ ଅଧିକାରୀ ମାନଙ୍କ ଉପରେ ଆକ୍ରମଣ କରାଯାଉଛି ତ ଆଉ କେଉଁଠି ଡାକ୍ତର୍ ମାନଙ୍କ ଉପରେ l

ଏହାରି ଭିତରେ ବର୍ତ୍ତୀ ଯାଇପାରିନାହାନ୍ତି ପୋଲିସ କର୍ମଚାରୀ କେଉଁଠି ପୋଲିସ କର୍ମଚାରୀ ମାନଙ୍କ ଉପରେ ମଧ୍ୟ ଆକ୍ରମଣ ହେଉଥିବାର ଚିତ୍ର ମଧ୍ୟ ଦେଖିବାକୁ ମିଳିଛି l ଆଉ କେଉଁଠି କରୋନା କଟକଣା କୁ ଖୁଲମଖୁଲା ଅଣଦେଖା କରାଯାଉଥିବାର ଚିତ୍ର ଦେଖିବାକୁ ମିଳିଛି l ତତ୍ ସହିତ ଘରୋଇ ହିଂସା ମଧ୍ୟ ସମୟ ସମୟରେ ଦେଖିବାକୁ ମିଳିଥିଲା l ଏହି ସବୁ ଅଭାବନୀୟ ଘଟଣା ର ତଦାରଖ କରି ରିପୋର୍ଟ ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ 6 ଟି ଅନ୍ତଃ ମନ୍ତ୍ରଣାଳୟ ଟିମ୍ ଗଠନ କରିଛି l ଏହି ଅନ୍ତଃ ମନ୍ତ୍ରଣାଳୟ ଟିମ୍ ଏହି ସବୁ ସ୍ଥିତିର ତଦାରଖ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦେବ l କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାର ମାନଙ୍କୁ ଲକ୍ ଡାଉନ୍ ଗାଇଡ୍ ଲାଇନ୍ ର କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l

Leave A Reply

Your email address will not be published.