ଫୁସଫୁସ୍ ସଂକ୍ରମଣ କରୋନା ରୋଗୀଙ୍କ ମୃତ୍ୟୁର ଅନ୍ୟତମ କାରଣ, ଜାଣନ୍ତୁ ଏଥିରୁ ବର୍ତ୍ତିବେ କିପରି

0

ବର୍ତ୍ତମାନ ସମୟରେ ଫୁସଫୁସ୍ ସଂକ୍ରମଣ କାରଣରୁ ଅନେକ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି । ଶରୀରରେ ଫୁସଫୁସ୍ ଅଚଳ ହେଲେ ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ (ଇସିଏମଓ) ମେସିନର ଆବଶ୍ୟକତା ପଡ଼ିଥାଏ । ମାତ୍ର ଓଡ଼ିଶାରେ ଏକମୋ ମେସିନର ସୁବିଧା ନଥିବାରୁ ବାଧ୍ୟହୋଇ ଅଧିକାଂଶ ରୋଗୀ ଖର୍ଚ୍ଚାନ୍ତ ହୋଇ ଚିକିତ୍ସା ନିମନ୍ତେ ରାଜ୍ୟ ବାହାରକୁ ଯାଉଛନ୍ତି ।

ବିଶେଷଜ୍ଞଙ୍କ ମତରେ, କରୋନା ଭାଇରସ୍ ପ୍ରଥମେ ଆମର ଗଳା ଦେଇ ଶରୀରରେ ପ୍ରବେଶ କରିଥାଏ । ଧୀରେଧୀରେ ଏହା ଆମର ଶ୍ୱାସନଳୀକୁ ସଂକ୍ରମିତ କରିବା ସହ ନିଃଶ୍ୱାସ ନେବାର ରାସ୍ତ ବନ୍ଦ ହୋଇଯାଇଥାଏ । ଏହାର ପ୍ରଭାବରେ ଶରୀରକୁ ଅମ୍ଲଜାନ ଯାଇ ପାରିନଥାଏ । ଫଳରେ ଗଳା ସଂକ୍ରମିତ ହେବା ଯନ୍ତ୍ରଣା ହୋଇଥାଏ ଓ ପରେ ଶୁଖିଲା କାଶ ହେବା ସହ ଛାତିରେ କଷ୍ଟ ଅନୁଭବ ହୋଇଥାଏ ।

ସାଧାରଣତଃ କଫ କିଛିଦିନ ଧରି ଗଳାରେ ରହିବା ପରେ ଅନ୍ୟ ଅଙ୍ଗ ଯେପରି ଫୁସଫୁସ୍ ଉପରେ ପ୍ରଭାବ ପକାଇଥାଏ । ଭାଇରସ୍ ଥରେ ଫୁସଫୁସକୁ ପ୍ରବେଶ କଲାପରେ ଏହା ଫୁସଫୁସ୍ ଥଳିକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦିଏ । ଫଳରେ ଫୁସଫୁସରେ ପାଣି ପଶିଯାଏ । ଯାହାଦ୍ୱାରା ନିଃଶ୍ୱାସ ନେବାରେ ସମସ୍ୟା ଦେଖାଦେବା ସହ ଯନ୍ତ୍ରଣା ହୋଇଥାଏ । ଫୁସଫୁସରେ ଏତେମାତ୍ରରେ ଜଳୀୟ ପଦାର୍ଥ ଭରି ରହିଥାଏ ସେ, ରୋଗୀଟି ଅମ୍ଲଜାନ ପାଇପାରି ନଥାଏ, ଫଳରେ ମୃତ୍ୟୁ ଅବଶ୍ୟମ୍ଭାବୀ ହୋଇଯାଇଥାଏ । ତେଣୁ ବାଧ୍ୟହୋଇ ରୋଗୀକୁ ଭେଣ୍ଟିଲେଟରରେ ରଖିବାର ଆବଶ୍ୟକତା ପଡ଼ିଥାଏ ।

ମୁଖ୍ୟ କଥା ହେଲା, ଯଦି ଭାଇରସକୁ ଗଳାରୁ ନଷ୍ଟ କରିଦିଆଯାଏ, ତେବେ ଏହା ଆମ ଫୁସଫୁସକୁ ସଂକ୍ରମଣ କରିପାରିବ ନାହିଁ । ଗରମ କ୍ଷୀର କିମ୍ବା ଗରମ ପାଣି ସହ ହଳଦୀ ମିଶାଇ ସେବନ କଲେ ଏ କ୍ଷେତ୍ରରେ ଉପକାରିତା ମିଳିଥାଏ । ଏହାଦ୍ୱାରା ଗଳାରେ  ଜମିଥିବା କଫ ତରଳି ଯାଇଥାଏ । ଏହାଛଡ଼ା ଗରମ ପାଣିରେ ଲୁଣ କିମ୍ବା ହଳଦି ପକାଇ ଗଳାକୁ ସଫା କରିହେବ, ଯାହା ଦ୍ୱାରା କଫ ନଷ୍ଟ ହୋଇଯିବ । ଆପଣମାନେ ଅଦା, ଡାଳଚିନି, ରସୁଣ ଆଦି ସେବନ କରି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିପାରିବେ । ଫୁସଫୁସର ଉପଯୁକ୍ତ ଯତ୍ନ ନେଇପାରିଲେ ଜଣେ ରୋଗୀ କରୋନାକୁ ଦୂରେଇ ପାରିବ ।

Leave A Reply

Your email address will not be published.