କମଲନାଥ କାହିଁକି ରାତିରେ ଭେଟିଲେ ରାଜ୍ୟପାଳଙ୍କୁ

0

୧୬.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ଆଜି ମଧ୍ୟପ୍ରଦେଶ ବିଧାନସଭା ଆରମ୍ଭ ହେବା ପରେ ରାଜ୍ୟପାଳ ଗୃହକୁ ସମ୍ବୋଧିତ କହିଛନ୍ତିl ପ୍ରତିଟି ସଦସ୍ୟ ସେମାନଙ୍କର ଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ ଦେଇଛନ୍ତି lବାଚସ୍ପତି ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହକୁ ଆସନ୍ତା ୨୬ ତାରିଖ ଯାଏଁ ମୁଲତବୀ ଘୋଷଣା କରିଛନ୍ତି  ।ଆସନ୍ତା ୨୬ ପର୍ଯ୍ୟନ୍ତ ଗୃହ ମୁଲତବୀ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ କିଛିଟା ଆଶ୍ୱସ୍ତି ପାଇଛନ୍ତି l ଗତକାଲି ରାତି ପ୍ରାୟ ୧୨ଟା ୨୦ରେ କମଳନାଥ ରାଜ୍ୟପାଳଙ୍କୁ ଭେଟିଥିଲେ l କମଲନାଥ କହିଥିଲେ ଯେ ବିଧାନସଭା ଶାନ୍ତି ପୂର୍ବକ ଚାଲିବІ ନେଇ ରାଜ୍ୟପାଳଙ୍କ ସହ ବାର୍ତାଳାପ ହୋଇଥିଲା l ବିଧାସଭାରୁ ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିଲେ ମଧ୍ୟ କଂଗ୍ରେସ ସରକାର ପ୍ରତି କୌଣସି ବିପଦ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି I ଗୃହରେ ସଦସ୍ୟମାନେ ମାସ୍କ ପିନ୍ଧିଥିବାର ନଜରକୁ ଆସିଥିଲେ l

Leave A Reply

Your email address will not be published.