କାହିଁକି ବନ୍ଦ ହେଲା ସମସ୍ତ ମଲ

0

୧୬.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ମାର୍ଚ୍ଚ ୩୧ ଯାଏଁ ସିନେମା ହଲ, ସୁଇମିଂ ପୁଲ ଓ ଜିମ୍ ବନ୍ଦ ରଖିବାକୁ ନିର୍ଦେଶ ଦେଇଥିବାବେଳେ ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ସମସ୍ତ ମଲ ଗୁଡିକୁ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି l ଓଡିଶା ପୋଲିସ ସହରାଂଚଳ ଆଇନ ଧାରା 35 ଅନୁଯାୟୀ କମିଶନର ସୂଚନା ଦେଇଛନ୍ତି l ଭାବନେଶ୍ୱର ଏବଂ କଟକ ରେ ଥିବା ସମସ୍ତ ମଲ ବନ୍ଦ ନ ରଖିଲେ ଏହି ଆଇନ ବଳରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ I ଆଜି ଠାରୁ 31 ତାରିଖ ପର୍ଯ୍ୟନ୍ତ କଟକ ଭୁବନେଶ୍ୱରର ସମସ୍ତ ମଲ ବନ୍ଦ ରହିବ l କମିଶନରେଟ ପୋଲିସ ଅଂଚଳରେ ଯେଭଳି କୌଣସିି ମଲ ଖୋଲା ନରୁହେ ସେଥିପାଇଁ ପଦକ୍ଷେପ ନେବାକୁ ଉଭୟ କଟକ ଓ ଭୁବନେଶ୍ୱର ଡିସିପିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.