ଚମଡା ପାଇଁ ଆଉ ବଳି ପଡିବେନି ପଶୁ ଏଥିରୁ ପ୍ରସ୍ତୁତ କରିହେବ ସାମଗ୍ରୀ

0

୨୯.୦୨.୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ସାଧାରଣତଃ ଆମେ ବ୍ୟାଗ , ବେଲ୍ଟ ଓ ଜୋତା ପାଇଁ ଚମଡା ଉପରେ ନିର୍ଭର କରିଥାଉ । ସେଥିପାଇଁ ବହୁ ଯିବ ଜନ୍ତୁଙ୍କୁ ମଧ୍ୟ ହତ୍ୟା କରିବାକୁ ପଡେ l ସେମାନଙ୍କ ଚମଡ଼ାରେ ବିଭିନ୍ନ ରାସାୟନିକ ସାମଗ୍ରୀ ବ୍ୟବହାର କରି ବିଭିନ୍ନ ପ୍ରକାରର ସୌଖିନ ଜିନିଷ ପ୍ରସ୍ତୁତ କରାଯଇଥାଏ l କିନ୍ତୁ ଏବେ ମ୍ୟାକ୍ସିକୋର ଇଦ୍ରିୟାନ ଲୋପେଜ ଓ ମାର୍ଟେ ନାମକ ଦୁଇ ବ୍ୟକ୍ତି ୱେଡରିଆନୋ ଡି ମାର୍ଟ ନାମକ କମ୍ପାନୀଟିଏ ସ୍ଥାପନ କରି ପଶୁଙ୍କ ଚମଡା ପରିବର୍ତେ ସପ୍ତଫେଣୀ ଗଛର ପତ୍ରରୁ ଚମଡା ଉତ୍ପାଦନ କରିବାର କାର୍ଯ୍ୟରେ ଲାଗିପଡିଛନ୍ତି ।କୁହାଯାଉଛି ଯେ ପଶୁଙ୍କ ଚମଡାରେ ସାଇନାଇଡ଼, ଆର୍ସେନିକ ଓ କ୍ରୋମିୟମ ଭଳି ୨୫୦ରୁ ଅଧିକ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିବାବେଳେ ସପ୍ତଫେଣୀ ଚମଡାରେ କିନ୍ତୁ କୌଣସି ରାସାୟନିକ ସାମଗ୍ରୀର ବ୍ୟବହାର କରାଯାଇନଥାଏ ।ପଶୁଙ୍କ ଚମଡା ଅପେକ୍ଷା ଏହି ଚମଡା ୧୦ ବର୍ଷ ଅଧିକ ଦିନ ଯାଏଁ ନଷ୍ଟ ହେବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।ଏହାର ମୂଲ୍ୟ ଜୀବଜନ୍ତୁଙ୍କ ଚମଡାର ମୂଲ୍ୟ ଠାରୁ କମ ଅଛି ବୋଲି କୁହାଯାଉଛି I

Leave A Reply

Your email address will not be published.