ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ, ରବିବାର ରାତି 9ରେ କରିବାକୁ ହେବ ଏହି କାର୍ଯ୍ୟ

0

ଆଜି ସକାଳ 9ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ ବାର୍ତ୍ତା ମାଧ୍ୟମରେ ଦେଶବାସୀଙ୍କୁ ଏକ ଆହ୍ଵାନ ଦେଇଛନ୍ତି l ଏପ୍ରିଲ 5 ତାରିଖ ଦିନ ଅର୍ଥାତ୍ ରବିବାର ରାତି 9 ଟା ସମୟରେ 9 ମିନିଟ୍ ପାଇଁ ଘରର ସମସ୍ତ ଲାଇଟ୍ ବନ୍ଦ କରିବା ସହ ଦୀପ, ମହମବତୀ, ଟର୍ଚ୍ଚ କିମ୍ବା ମୋବାଇଲ ଲାଇଟ୍ ଅନ କରି ଘରର ଝରକା କିମ୍ବା ବାଲକୋନୀରେ ଛିଡା ହେବା ପାଇଁ ଆହ୍ଵାନ ଦେଇଛନ୍ତି l

ତା ସହିତ ପ୍ରଧାନମନ୍ତ୍ରୀ ଅନ୍ୟଏକ ପ୍ରାର୍ଥନା କରିଛନ୍ତି ଦୀପ, ଟର୍ଚ୍ଚ, ମହମବତୀ କିମ୍ବା ମୋବାଇଲ ଲାଇଟ୍ ଧରି ରାସ୍ତା ଉପରକୁ ନ ଆସିବାକୁ l ପ୍ରଧାନମନ୍ତ୍ରୀ ଆହୁରି ମଧ୍ଯ କହିଛନ୍ତି ଲକ୍ ଡାଉନକୁ ସମ୍ମାନ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରୁଛି l ଲକ୍ ଡାଉନ୍ ସମୟରେ ଲୋକମାନଙ୍କର ଅଦ୍ଭୂତ ପୂର୍ବ ସମର୍ଥନ, ଶୃଙ୍ଖଳା, ସେବା ଭାବ ପ୍ରସଂଶା ଯୋଗ୍ୟ l ଆଜି କୋଟି କୋଟି ଜନତା ଘର ଭିତରେ ଥିବାବେଳେ ଅନେକ ଭାବୁଥିବେ ସେମାନେ ଏକାକି କରୋନା ସହ ଲଢେଇ କରୁଛନ୍ତି l କିନ୍ତୁ ଦୟାକରି ମନେରଖନ୍ତୁ ଆମ ଭିତରୁ କେହି ଏକାକୀ ନୁହଁନ୍ତି l ପ୍ରତ୍ୟେକଙ୍କ ସହ 130 କୋଟି ଭାରତୀୟ ଅଛନ୍ତି l

Leave A Reply

Your email address will not be published.