ବର୍ଷା ଦିନରେ ସୁସ୍ଥ ରହିବାର 5 ଟି ଟିପ୍ସ ବା ଉପାୟ

0

ବର୍ଷା ଆପଣଙ୍କ ସ୍ୱାସ୍ଥ୍ୟକୁ ବିପଦରେ ପକାଇଥାଏ | ତେଣୁ ଏହି ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଯଦିଓ ବର୍ଷା ଗ୍ରୀଷ୍ମର ଉତ୍ତାପ ଏବଂ ଆର୍ଦ୍ରତା ଠାରୁ ଏକ ଅବସରର ପ୍ରତିଶୃତି ଆଣିଥାଏ, ମାତ୍ର ଉଦ୍ଭିଦ, ପ୍ରାଣୀ, ଜୀବାଣୁ ସମସ୍ତେ ଏଥିରେ ଆନନ୍ଦିତ ହୁଅନ୍ତି | ଆମକୁ ବର୍ଷାରେ ବୁଲିବାକୁ, ପୋଖରୀକୁ ଡେଇଁବାକୁ କିମ୍ବା ରାସ୍ତା କଡ଼ର ଫଳ କିମ୍ବା ଖାଦ୍ୟ ଖାଇବାକୁ ପସନ୍ଦ କରିଥାଉ | ମାତ୍ର ଏହା ଆମ ସ୍ୱାସ୍ଥ୍ୟ ପ୍ରତି ବିପଦଜନକ ହୋଇ ପାରେ | ବର୍ଷା ଦିନରେ ଷ୍ଟ୍ରିଟ୍ ଖାଦ୍ୟରୁ ଦୂରେଇ ରହିବା ନିତ୍ୟାନ୍ତ ଆବଶ୍ୟକ ଏବଂ ଭିଟାମିନ୍ ସି ଥିବା ଖାଦ୍ୟର ପରିମାତ୍ରା ବୃଦ୍ଧି କରିବା ଉଚିତ |

ତଳେ ଥିବା ଏହି ଟିପ୍ସଗୁଡିକ ଉପରେ ନଜର ପକାନ୍ତୁ ଯାହା ଆପଣଙ୍କୁ ଏହି ବର୍ଷା ଋତୁରେ ସୁସ୍ଥ ରହିବାକୁ ସାହାଯ୍ୟ କରିବ |

1. ରାସ୍ତା କଡ଼ର ଖାଦ୍ୟରୁ ଦୂରେଇ ରୁହନ୍ତୁ

ବର୍ଷା ଯୋଗୁରୁ ରାସ୍ତା ର ଅନେକ ଜାଗାରେ ଏବଂ ଖାଲଗୁଡିକରେ ପାଣି ଏବଂ କାଦୁଅରେ ପରିପୂର୍ଣ୍ଣ ଥାଏ | ଯାହା ପାଇଁ ମଶା, ମାଛି, ବିଭିନ୍ନ ବିପଜ୍ଜନକ ଜୀବାଣୁ ରୋଗ ର କାରଣ ହୋଇ ଥାନ୍ତି| ରାସ୍ତା କଡ ଖାଦ୍ୟ ଅଧିକ ସମୟ ଖୋଲା ହୋଇ ଥାଏ | ସେଥିରେ ବାହାରର ଧୂଳି,ମଳି, ମଶା, ମାଛି, ବିଭିନ୍ନ ବିପଜ୍ଜନକ ଜୀବାଣୁ ବସିଥାନ୍ତି | ଯାହା ଶରୀର ପାଇଁ ଆଦୌ ଉପଯୋଗୀ ନୁହେ| ତେଣୁ ଜଙ୍କ ଫୁଡ୍ ଖାଇବ ଦ୍ୱାରା ରୋଗ ହେବାର ସମ୍ଭାବନା ବଢିଥାଏ | ଏବଂ ପ୍ରତିରୋଧକ ଶକ୍ତି କୁ ମଧ୍ୟ୍ୟ କମ କରେ |

2. ନିୟମିତ ବ୍ୟାୟାମ କରନ୍ତୁ |

ବ୍ୟାୟାମ କରିବା ଦ୍ୱାରା କେବଳ ଓଜନ ହ୍ରାସ ହୁଏନି ବରଂ ଫିଟନେସ୍ ବଜାୟ ରଖିବାରେ ସାହାଯ୍ୟ କରେ,ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଏ |ବ୍ୟାୟାମ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ ସେ ହୁଏ, oxigen ର ମାତ୍ର ଠିକ ରଖେ ,ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ, ଯାହାକି ଆପଣଙ୍କ ଶରୀରକୁ ଜୀବାଣୁ ଏବଂ ଜୀବାଣୁ ସହିତ ଲଢ଼େଇକରିବାରେ ସାହାଯ୍ୟ କରିଥାଏ |

3. ଭିଟାମିନ୍ ସି ଯୁକ୍ତ ଖାଦ୍ୟ ଖାଆନ୍ତୁ

ବର୍ଷା ଦିନରେ ଭୂତାଣୁ ଏବଂ ଜୀବାଣୁ ବୃଦ୍ଧି ପାଇଁ ଥାନ୍ତି | ଆପଣ ଧ୍ୟାନ ଦେବେ ଯେ ବର୍ଷର ଏହି ସମୟରେ ଭାଇରାଲ୍ ଜ୍ୱର, ଆଲର୍ଜି ଏବଂ ଅନ୍ୟ ଭାଇରାଲ୍ ସଂକ୍ରମଣ ବିଶେଷ ଭାବରେ ଦେଖାଯାଏ | ସେହିଭଳି, ଏହି ସମୟରେ ବାୟୁରେ ଅନ୍ୟକ ଅଣୁଜୀବ,ଭୂତାଣୁ ,ସୁକ୍ଷ୍ମ ଜୀବାଣୁ ଅଧିକ ଥାଏ | ସୁସ୍ଥ ରହିବା ପାଇଁ ପ୍ରତିରୋଧକ ଶକ୍ତି ବବଢାଇବା ନିତ୍ୟାନ୍ତ ଆବଶ୍ୟକ | ତେଣୁ ଭିଟାମିନ୍ ସି ବ୍ୟବହାର ବୃଦ୍ଧି କରିବା ହେଉଛି ସବୁଠାରୁ ସରଳ ପଦ୍ଧତି | ଯେଉଁ ଫଳ,ପନିପରିବା ରେ ଅଧିକ ପରିମାଣର ଭିଟାମିନ୍ ସି ରହିଛି, ସେ ସବୁ ଖାଦ୍ୟ ଖାଇବା ଉଚିତ | କମଳା, ଲେମ୍ବୁ, ବ୍ରୋକଲି , ରସୁଣ,ପିସ୍ତା ଆଦି ଖାଦ୍ୟ ଖାଆନ୍ତୁ |

4. 7 ରୁ 8 ଘଣ୍ଟା ସୁଅନ୍ତୁ

7 ରୁ 8 ଘଣ୍ଟା ଶୋଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ | ତେଣୁ ଏହା ଫ୍ଲୁ ଏବଂ ଥଣ୍ଡାକୁ ରୋକିବାରେ ସାହାଯ୍ୟ କରିଥାଏ | ବର୍ଷାରେ ଓଦା ହେବା ଜୋଗୁରୁ ଜର ,ଥଣ୍ଡା, ବଡି pain ଆଦି ହୋଇଥାଏ | ତେଣୁ 7 ରୁ 8 ଘଣ୍ଟା ଶୋଇବା ଦ୍ୱାରା body କୁ ରିଲାକ୍ସ ମିଳିଥାଏ |

5. Iron ହୋଇଥିବା ପୋଷାକ ପିନ୍ଧନ୍ତୁ

ବର୍ଷା ୠତୁ ରେ ଫିମ୍ପି ବୃଦ୍ଧି ପାଇଁ ଥାନ୍ତି | ପୋଷାକ, ବେଡସିଟ୍, ଜୋତା, ଆଲମିରା, ଆଲମାରୀ ରେ ଗଚ୍ଛିତ ଜିନିଷ ସବୁ ଥିରେ ଫିମ୍ପି ଲାଗି ଯାଏ | ବର୍ଷା ଜୋଗୁରୁ ଏହି ସବୁ ଗୁଡିକ ଥଣ୍ଡା ରହିଥାଏ ଏବଂ ଓଦା ଲାଗିବାରୁ ଏଥିରେ ଫିମ୍ପି ବୃଦ୍ଧି ପାଇଥାନ୍ତି | ଆର୍ଦ୍ର ପରିବେଶରେ ଫିମ୍ପିଗୁଡ଼ିକ ବୃଦ୍ଧି ପାଇଥାଏ | ସୂର୍ଯ୍ୟ କିରଣ ବହୁତ କମ ଥିବାରୁ , ସବୁ ଜିନିଷରେ ଫିମ୍ପି ଲାଗି ଥାନ୍ତି | ତେଣୁ ସବୁ ଜିନିଷ ଯଥା ପୋଷାକ, ବେଡସିଟ୍, ଜୋତା ଆଦି କୁ Iron କରି ବେବହାର କରିବା ସର୍ବୋତ୍ତମ ଅଟେ |

Leave A Reply

Your email address will not be published.