ବର୍ଷା ଦିନରେ କେମିତି କରିବେ ନିଜ ତ୍ୱଚା ର ଯତ୍ନ

0

ଉଚ୍ଚ ତାପମାତ୍ରା ଏବଂ ଆର୍ଦ୍ରତା (humidity) ଆପଣଙ୍କ ତ୍ୱଚାକୁ ନଷ୍ଟ ବା ଅସୁସ୍ଥ କରିପାରେ |କେବଳ ତେଲିଆ ତ୍ୱଚା ଥିବା ଲୋକ ନୁହଁନ୍ତି, ବରଂ ଶୁଖିଲା ଏବଂ ମିଶ୍ରିତ ଚର୍ମ ଥିବା ଲୋକମାନଙ୍କର ମଧ୍ୟ ବର୍ଷା ଦିନରେ ବ୍ରଣ, ଶୁଷ୍କ ତ୍ୱଚା, ଓପେନ ପୋରସ ର ଶିକାର ହୁଅନ୍ତି | ଏହି ପାଗରେ କେବଳ କ୍ଲୀଜିଙ୍ଗ ,ଟୋନିଂ ଏବଂ ମଶ୍ଚରାଇଜିଂ କରିଲେ ହବନି | ଆର୍ଦ୍ରତା (humidity) ଯୋଗୁ ତ୍ୱଚା ଅସୁସ୍ଥ ଏବଂ ଦୁର୍ବଳ ଦେଖାଯାଏ |ବର୍ଷା ଦିନରେ ଚମକପ୍ରଦ ତ୍ୱଚା ପାଇଁ ଚର୍ମର ନିୟମିତ ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ | ଚାଲନ୍ତୁ ଜାଣିବା କେମିତି କରିବା ତ୍ୱଚା ର ଯତ୍ନ |

1. ସବୁଦିନ ଚର୍ମ ସଫା କରିବା, ଟୋନିଂ, ମଶ୍ଚରାଇଜିଂ |

ଚର୍ମ ବିଶେଷଜ୍ଞ ବା ଡକ୍ଟର ପରାମର୍ଶ ଦେଇଛନ୍ତି ଯେ ଜଣେ ତ୍ୱଚାକୁ ସଫା କରିବା, ଟୋନିଂ ଏବଂ ମଶ୍ଚରାଇଜିଂ (CTM ରୁଟିନ୍) ରୁ ଆରମ୍ଭ କରିବା ଉଚିତ୍ | ସାବୁନ ପରିବର୍ତ୍ତେ ଆପଣ କ୍ଲିଜର୍ ଏବଂ ଫେସ୍ ୱାଶ୍ ବ୍ୟବହାର କରିପାରିବେ | alcohol-free ଟୋନର ବେବହାର କରନ୍ତୁ | ବର୍ଷା ଦିନ ପାଇଁ, ଜୋଜୋବା ତେଲକୁ ମଶ୍ଚରାଇଜର ଭାବରେ ବ୍ୟବହାର କରିପାରିବେ |

2. ସନ ସ୍କ୍ରିମ ଲୋସନ (sunscreen lotion) ପ୍ରୟୋଗ କରିବାକୁ ଭୁଲନ୍ତୁ ନାହିଁ |

ଯେକୌଣସି ବି ଋତୁ ହେଇ ଥାଉନା କାହିଁ ,ସନ ସ୍କ୍ରିମ ଲୋସନ (sunscreen lotion) ଲଗେଇବାକୁ କେବେବି ଭୁଲନ୍ତୁ ନାହିଁ | ଆପଣଙ୍କ ଚର୍ମ ଅନୁଯାୟୀ 15 ରୁ 50 SPF ପର୍ଯ୍ୟନ୍ତ ସନ ସ୍କ୍ରିମ ଲୋସନ (sunscreen lotion) ବେବହାର କରନ୍ତୁ | ଘରୁ ବାହାରିବାର 20 ମିନିଟ୍ ପୂର୍ବରୁ ସନସ୍କ୍ରିନ୍ ଲୋସନ ସର୍ବଦା ବେବହାର ବା ପ୍ରୟୋଗ କରନ୍ତୁ |

3. ଆପଣଙ୍କର ଆଖି ତଳ ଥିବା ସ୍ଥାନକୁ ହାଇଡ୍ରେଟ୍ ରଖନ୍ତୁ |

ବହୁତ ଜଣଙ୍କ ଆଖିତଳ କଳା ପଡିଯାଇଥାଏ | ସର୍ବଦା ଆଖି ତଳ ଥିବା ସ୍ଥାନକୁ ବିଶେଷ ଧ୍ୟାନ ଦିଅ ଏବଂ ରାତିରେ ଏହାକୁ ହାଇଡ୍ରେଟେଡ୍ ଏବଂ ପୋଷଣରେ ରଖ | ଶୋଇବା ପୂର୍ବରୁ eye serum ଲଗେଇ ସୁଅନ୍ତୁ |

4. ରାତ୍ରି ସମୟର skincare routine ଫଲୋ କରନ୍ତୁ |

ଏହି ବର୍ଷା ଦିନରେ ରାତ୍ରି ସମୟରେ ତ୍ୱଚା ସଫା କରିବା ସହ, ଟୋନିଂ କରିବାକୁ ଭୁଲନ୍ତୁ ନାହିଁ | ତା ପରେ ରାତିରେ ସବୁବେଳେ ଭିଟାମିନ୍ ସି ଫର୍ମୁଲା ସହିତ ଏକ ସେରମ୍ ପ୍ରୟୋଗ କରନ୍ତୁ ଏବଂ ପରେ ହାଲୁକା ନାଇଟ୍ କ୍ରିମ୍ ବେବହାର କରନ୍ତୁ |

5. ଆପଣଙ୍କ ଚର୍ମ ଏବଂ ଶରୀରକୁ ହାଇଡ୍ରେଟ୍ ରଖନ୍ତୁ |

ଗରମ ଏବଂ ଆର୍ଦ୍ର ପାଗ ମଧ୍ୟ ଅତ୍ୟଧିକ ଝାଳ ହବାର କାରଣ ହୋଇଥାଏ | ତେଣୁ, ତୁମ ଚର୍ମ ଏବଂ ଶରୀରକୁ ହାଇଡ୍ରେଟ୍ ରଖିବାକୁ ଚେଷ୍ଟା କରନ୍ତୁ | ଆଣ୍ଟିଅକ୍ସିଡାଣ୍ଟ, ସାଲାଡ, ଫଳ, ପନିପରିବା, ଜୂସ ଭରପୂର ମାତ୍ର ରେ ଖାଆନ୍ତୁ | ସବୁଦିନ ଅଧ ଘଣ୍ଟା ପାଇଁ ବ୍ୟାୟାମ କରନ୍ତୁ | cotton କିମ୍ବା ଲାଇଲନ୍ ର ଆରାମଦାୟକ ପୋଷାକ ପିନ୍ଧନ୍ତୁ |

Leave A Reply

Your email address will not be published.