ମୁମ୍ବାଇରେ ଚିନ୍ତା ବଢ଼ାଉଛି କରୋନା ଭାଇରସ୍ : ସଂକ୍ରମଣରେ 250 ପୋଲିସ କର୍ମଚାରୀ

0

୦୭.୦୫.୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ) : ଭାରତରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l ଏହା ସହ ଦେଶରେ ମହାରାଷ୍ଟ୍ର ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି l ମହାରାଷ୍ଟ୍ର ର ମୁମ୍ବାଇ ସହରରେ 250 ପୋଲିସ ଆକ୍ରାନ୍ତ ହୋଇଛନ୍ତି l ଏନେଇ ଗୁରୁବାର ମୁମ୍ବାଇ କମିଶନର ପରମ୍ ବୀର ସିଂହ ସୂଚନା ଦେଇଛନ୍ତି l ସେ କହିଛନ୍ତି ମୁମ୍ବାଇ ରେ କରୋନା ସଂକ୍ରମିତ ହୋଇଥିବା ପୋଲିସ ଅଧିକାରୀ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି l କେଉଁ ପୋଲିସ ଅଧିକାରୀ ଙ୍କୁ ଆଇସିୟୁ ରେ ରଖାଯାଇ ନାହିଁ l ଆକ୍ରାନ୍ତ ପୋଲିସ ଅଧିକାରୀ ମାନଙ୍କ ଲକ୍ଷଣ ସାମାନ୍ୟ ରହିଛି l ସେପଟେ ମହାରାଷ୍ଟ୍ର ଦେଶର ସର୍ବାଧିକ କରୋନା ଆକ୍ରାନ୍ତ ରାଜ୍ୟ ଭାବରେ ପରିଗଣିତ ହୋଇଛି l ରାଜ୍ୟରେ ମହାମାରୀ କରୋନା ଭାଇରସ୍ ରେ ଆକ୍ରାନ୍ତ ଙ୍କ ସଂଖ୍ୟା 16758 ରହିଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା 651 ରହିଛି l ସେହିପରି  ସୁସ୍ଥ ଙ୍କ ସଂଖ୍ୟା 3094 ରହିଛି l

Leave A Reply

Your email address will not be published.