କରୋନା ଭାଇରସକୁ ନେଇ ମୋଦିଙ୍କ ମନ୍ତ୍ର

0

୨౦.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ପ୍ରାଣଘାତି କରୋନା ଭାଇରସର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବସିଙ୍କୁ ଆହ୍ୱାନ ଦେଇଛନ୍ତି l ଆସନ୍ତା ମାର୍ଚ୍ଚ ୨୨ ତାରିଖ ରବିବାର ସକାଳୁ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରିବାକୁ କହିଛନ୍ତି। ଜନତା ନିଜ ଉପରେ କର୍ଫ୍ୟୁ ବୋଲି ପ୍ରଧାନ ମନ୍ତ୍ରୀ କହିଛନ୍ତି I ଅତି ଆବଶ୍ୟକ ନପଡ଼ିଲେ ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି l ତେବେ ଅତ୍ୟନ୍ତ ଜରୁରୀ ଥିଲେ ଜଣେ ବାହାରକୁ ବାହାରି ପାରିବେ l ତାସହିତ ଆଉ ଏକ ସହଯୋଗ ଲୋଡିଛନ୍ତି ଦୁଇ ମାସ ହେଲା ଯେଉଁ ଡାକ୍ତର ଏବଂ ବିଭିନ୍ନ କର୍ମଚାରୀ ମାନେ କରୋନା ର ମୁକାବିଲା କରୁଛନ୍ତି ସେମାନଙ୍କ ସେବାକୁ ଧନ୍ୟବାଦ ଦେବା ସହ ଜନସାଧାରଣ ରବିବାର ସଂଧ୍ୟା ୫ଟାରେ ଘର ଦ୍ୱାର କିମ୍ବା ଝରକା ପାଖରେ ଠିଆ ହୋଇ ୫ ମିିନିଟ ପାଇଁ ତାଳି ମାରି, ଥାଳି ବାଡେଇ କିମ୍ବା ଘଣ୍ଟା ବାଡେଇ ସେମାନଙ୍କ ସେବାକୁ କୃତଜ୍ଞତା ଜଣାଇବାକୁ ଆହ୍ଵାନ ଦେଇଛନ୍ତି l ସନ୍ଧ୍ୟା 5 ଟାରେ ସାଇରନ ବଜାଇ ଜନସାଧାରଣାଙ୍କୁ ସୂଚିତ କରିବାକୁ ସ୍ଥାନୀୟ ପ୍ରଶାସନକୁ ମୋଦି ପରାମର୍ଶ ଦେଇଛନ୍ତି I କରୋନା ପାଇଁ ଅର୍ଥନୀତି ପ୍ରଭାବିତ ହେଇଥିବାରୁ କୋଭିଡ୍‌ ୧୯ ଇକୋନୋମିକ୍‌ ଟାସ୍କ ଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.